fbpx

ଅଭିନେତ୍ରୀ ଶିଳ୍ପାଙ୍କ ପାଇଁ ବଢ଼ିଲା ସମସ୍ୟା, ମା-ଝିଅଙ୍କ ଉପରେ ଲାଗିଲା ଠକେଇର ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲା ଏବେ ସୁଦ୍ଧା ସମାଧାନ ହୋଇନଥିବା ବେଳେ ଅଭିନେତ୍ରୀ ଓ ତାଙ୍କ ମା’ଙ୍କ ଉପରେ ଠକେଇର ଅଭିଯୋଗ ଲାଗିଛି । ଶିଳ୍ପା ଶେଟ୍ଟୀ ଓ ତାଙ୍କ ମା’ଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ବିଭୂତିଖଣ୍ଡ ପୋଲିସ ଯାଞ୍ଚ ପାଇଁ ମୁମ୍ବାଇ ପହଞ୍ଚିଛି ।

ମିଳିଥିବା ସୂଚନା ମୂତାବକ, ଶିଳ୍ପା ଓ ତାଙ୍କ ମା ସୁନନ୍ଦା ଶେଟ୍ଟୀଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ ଓ ବିଭୂତିଖଣ୍ଡ ଥାନାରେ ଏଫଆଇଆର ରୁଜୁ ହୋଇଛି । ଏହା ପରେ ପୋଲିସ ମାମଲାକୁ ନେଇ ତଦନ୍ତ ଜୋରସୋରରେ ଆରମ୍ଭ କରିଛି । ଅଭିନେତ୍ରୀ ଓ ତାଙ୍କ ମା’ ବେଲନେସ ସେଣ୍ଟର ନାମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ଲକ୍ଷ୍ନୌ ପୋଲିସର ଏକ ଟିମ୍ ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି । ଆଉ ଏକ ଟିମ୍ ଆଜି ମୁମ୍ବାଇ ପାଇଁ ବାହାରିବ । ଲକ୍ଷ୍ନୌ ପୋଲିସ ଖୁବଶୀଘ୍ର ଶିଳ୍ପା ଓ ତାଙ୍କ ମା’ଙ୍କୁ ଏହି ଠକେଇ ନେଇ ପଚରାଉଚରା କରିବ ।

Get real time updates directly on you device, subscribe now.