fbpx

ଆଜିଠୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର, ଆଇଡି କାର୍ଡ ଦେଖାଇ କରିବେ ପ୍ରବେଶ

ପୁରୀ,(ଓଡ଼ିଶା ଭାସ୍କର): ଆଜିଠୁ ଖୋଲିବ ଶ୍ରୀମନ୍ଦିର। ୨ଦିନ ଧରି  ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀଜୀଉଙ୍କୁ କରିବେ ଦର୍ଶନ  । ଏହାପରେ ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀବାସୀଙ୍କୁ ଦର୍ଶନ କରବେ। ସେହିଭଳି ୨୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିାରିବେ ଶ୍ରଦ୍ଧାଳୁ । ଏନେଇ ବୁଧବାର ଦିନ ଏସ୍‌ଓପି ଜାରି ହୋଇଛି।କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଦର୍ଶନ କରିପାରିବେ।

ପ୍ରକାଶଯୋଗ୍ୟ, ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆରଟି- ପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଶନିବାର ଓ ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ଓ ପୂରା ମନ୍ଦିରକୁ ସାନିଟାଇଜ କରାଯିବ । ସେହିଭଳି ଗହଳିକୁ ଏଡାଇବା ପାଇଁ ଅଗଷ୍ଟ ଓ ସେପ୍ଟେମ୍ବରରେ ହେବାକୁ ଥିବା ବିଭିନ୍ନ ପୂଜା ପର୍ବାଣିରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି।

ଏହା  ଛଡା କରୋନା ଗାଇଡଲାଇନ ପାଳନ ସହ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଭକ୍ତ ହାତକୁ ସାନିଟାଇଜ କରିବା ସହ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଭିତରେ ଭକ୍ତ ସାମାଜିକ ଦୂରତା ବଜାୟ ରଖିବା ସହ କୌଣସି ମୂର୍ତ୍ତିକୁ ଯେପରି ନ ଛୁଇଁବେ ସେଥିାଇଁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ଭିତରେ ଭକ୍ତ କୌଣସି ଭୋଗ କରିପାରିବେ ନାହିଁ, ଦୀପ ଜାଳି ପାରିବେ ନାହିଁ । ମନ୍ଦିର ପରିସରରେ ଗୁଟ୍‌ଖା ଖାଇବା ସହ ଛେପ ପକାଇଲେ ୫୦୦ ଟଙ୍କାର ଫାଇନ୍‌, ପଲିଥିନ ନେଲେ ୧୦୦ ଟଙ୍କାର ଫାଇନ୍‌ ଗଣିବାକୁ ପଡିବ ।

ଆନନ୍ଦ ବଜାରରେ ମହାପ୍ରସାଦ ଖାଇପାରିବେନି ଭକ୍ତ, ବାହାରକୁ ଆଣି ମହାପ୍ରସାଦ ଖାଇପାରିବେ । ସେହିଭଳି ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଭକ୍ତ ଗାଡି ପାର୍କିଂ କରିପାରିବେ । ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା ମନ୍ଦିରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ସେବାୟତଙ୍କ ପରିବାର ମନ୍ଦିର ଭିତରକୁ ଦର୍ଶନ ପାଇଁ ଆସିଲେ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା କାର୍ଡ, ଫଟୋ ଆଇଡି କାର୍ଡ ଆଣିବେ । କୌଣସି ସେବାୟତ ଅଣ-ସେବାୟତଙ୍କୁ ନିଜ ଆଇଡି କାର୍ଡ ଜରିଆରେ ମନ୍ଦିରରେ ପ୍ରବେଶ କରାଇ ପାରିବେ ନାହିଁ । ସେହିଭଳି ପୁରୀ ସହରବାସୀ ମଧ୍ୟ ଆଇଡି କାର୍ଡ ଦେଖାଇ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପା

ରିବେ । ପ୍ରକାଶଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଅପ୍ରେଲ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା ।

Get real time updates directly on you device, subscribe now.