fbpx

ବିଶ୍ୱ ମାନ୍ୟତାର ୨ ନମ୍ବରରେ ନୀରଜ; ୧୪ ସ୍ଥାନର ପଦୋନ୍ନତି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଟୋକିଓରେ ସ୍ୱର୍ଣ୍ଣ ପଦକ ପରେ ନୀରଜ ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ପ୍ରକାଶିତ ରାଙ୍କିଙ୍ଗରେ ନୀରଜ ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାପଡିଛି । ଟୋକିଓରେ ୮୭.୫୮ ମିଟର ଦୂରତ୍ୱ ସହିତ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ୧୪ଟି ସ୍ଥାନର ଉନ୍ନତି ଘଟାଇଛନ୍ତି ।

ଅଲିମ୍ପିକ୍ସ ପୂର୍ବରୁ ୨୩ ବର୍ଷୀୟ ନୀରଜ ବିଶ୍ୱ ମାନ୍ୟତାର ୧୬ତମ ସ୍ଥାନରେ ରହିଥିଲେ । ଅଲିମ୍ପିକ୍ସରେ ୯ମ ସ୍ଥାନରେ ରହିଥିବା ଜୋହାନ୍ନେସ ଭେଟ୍ଟର ନୀରଜଙ୍କ ଉପରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ୧୩୧୫ ପଏଣ୍ଟ ସହିତ ନୀରଜ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୧୩୯୬ ପଏଣ୍ଟ ସହିତ ଭେଟ୍ଟର ପ୍ରଥମ ସ୍ଥାନରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭେଟ୍ଟର ୨୦୨୧ରେ ୭ ଥର ୯୦ ମିଟରରୁ ଅଧିକ ଦୂରକୁ ଜାଭେଲିନ୍ ଫୋପାଡିଥିଲେ ମାତ୍ର ଅଲିମ୍ପିକ୍ସରେ ମାତ୍ର ୮୨.୫୨ ମିଟରର ଥ୍ରୋ କରି ପାରିଥିଲେ ।

Get real time updates directly on you device, subscribe now.