fbpx

ହିମାଚଳ ଭୁସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନ୍ନୌର୍ ଠାରେ ହୋଇଥିବା ଭୁସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଳିଯାଇଛି । ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ମାଟି ତଳେ ଦବି ହୋଇ ରହିଥିବା କୁହାଯାଉଛି । ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁସ୍ଖଳନରେ ମୃତ୍ୟୁବରଣ କରିଥିବା ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ପାଇଁ ୫୦ହଜାର ଟଙ୍କା ସହାୟତାରେ ରାଶି ଘୋଷଣା କରିଛନ୍ତି । ଭୁସ୍ଖଳନ ପରେ ସେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ସହିତ କଥା ହୋଇ ସ୍ଥିତି ପରକ୍ଷିଥିଲେ ।

ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେସୁଦ୍ଧା ୧୩ ଜଣଙ୍କର ମୃତ ଦେହ ମିଳିଛି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ନିର୍ଦ୍ଦେଶକ ସୁଦେଶ କୁମାର ମୋଖ୍ତା କହିଛନ୍ତି ଯେ, ଅନେକ ବଡ଼ ଗାଡ଼ି ସମେତ ହିମାଚଳ ସଡ଼କ ପରିବହନ ନିଗରର ଏକ ବସ୍ ଦବି ଯାଇଛି । ଯାହା କି ସମ୍ପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇଯାଇଛି ଏବଂ ଗୋଟିଏ ବୋଲେରୋ ମଧ୍ୟ ମାଟି ତଳେ ଦବି ରହିଛି ।

Get real time updates directly on you device, subscribe now.