fbpx

ଟ୍ରେଣ୍ଡ୍ କରୁଛି #SanctionPakistan, ତାଲିବାନଙ୍କୁ ସହଯୋଗ କରୁଛି ପାକ୍

 

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ପଛରେ ପାକିସ୍ତାନର ହାତ ରହିଛି । ଆଫଗାନ୍ ସରକାର ଏହାର ବିରୋଧ କରୁଥିବାବେଳେ ସେଠାକାର ନାଗରିକମାନେ ମଧ୍ୟ ତାଲିବାନ ଓ ପାକ୍ ବିରୋଧେରେ ସୋସିଆଲ୍ ମିଡିଆରେ ସ୍ୱର ଉଠାଉଛନ୍ତି । ଆଉ ଟ୍ୱିଟର୍ରେ ସମ୍ପ୍ରତି ଟ୍ରେଣ୍ଡ୍ ରହିଛି #SanctionPakistan. ଏଭଳି ହାସଟାଗ୍ ଶୀର୍ଷରେ ରହିଛି ଟ୍ରେଣ୍ଡିଙ୍ଗ୍ । ତାଲିବାନକୁ ସମର୍ଥନ କରିବା ସହ ସେମାନଙ୍କୁ ଶକ୍ତି ଯୋଗାଇବାରେ ପାକିସ୍ତାନ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଅଭିଯୋଗ ନେଇ ସମଗ୍ର ଦୁନିଆର ଦୃଷ୍ଟି ଆକର୍ଷଣ କରିବାକୁ କୋଟି କୋଟି ଆଫଗାନ୍ ନାଗରିକ ଏଭଳି ସୋସିଆଲ୍ ମିଡିଆର ଉପଯୋଗ କରୁଛନ୍ତି ।

ତାଲିବାନକୁ ସୁବିଧା ସୁଯୋଗ ଦେବା ସହ ତାକୁ ମଜଭୁତ କରିବାରେ ପାକିସ୍ତାନର ନକାରାତ୍ମକ ଭୂମିକା ବିରୋଧରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟ ଆଫଗାନ ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ରେ ଦାବି କରିଆସୁଛି । #SanctionPakistan ଜରିଆରେ ପାକିସ୍ତାନକୁ ବ୍ୟାନ୍ କରିବା ପାଇଁ ମଧ୍ୟ ସ୍ୱର ତେଜିବାରେ ଲାଗିଛି । ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବା ସହ ଆଫଗାନିସ୍ତାନରେ ପୁଣିଥରେ ଅତ୍ୟାଚାର ଓ କଠୋପନ୍ଥୀଙ୍କ ଶାସନ ଭିତରକୁ ଠେଲିଦେବାକୁ ଉଦ୍ୟମ କରୁଛି ପାକିସ୍ତାନ । ଏଭଳି ଅଭିଯୋଗ କରିବା ସହ କାବୁଲର ଜଣେ ସମ୍ବାଦିକ ହବିବ୍ ଖାନ୍ ପାକିସ୍ତାନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଆଫଗାନରେ ହେଉଥିବା ଅତ୍ୟାଚାର ବିରୋଧରେ ଯାହା ପାଖରେ ଯେଉଁ ମଞ୍ଚ ଅଛି ତାର ଉପଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ବିପଦ ସମୟରେ ଆପଣମାନଙ୍କ ଆବଶ୍ୟକତା ଅଧିକ ବୋଲି କହିବା ସହ ସାମ୍ବାଦିକ ଜଣଙ୍କ #SanctionPakistan ହାସ୍ ଟାଗ୍ ବ୍ୟବହାର କରିଛନ୍ତି ।

ଅନୁରୂପ ଭାବେ ସୋସିଆଲ୍ ମିଡିଆର ଆଉଜଣେ ୟୁଜର୍ସ ଉକ୍ତ ହାସ୍ ଟାଗ୍ ସହ ଟ୍ୱିଟ୍ କରିଛନ୍ତି ଯେ ଆଫଗାନିସ୍ତାନରେ ବିସ୍ଫୋରଣ କରାଯାଉଥିବା ଆଇଆଇଡିର ୯୬ ପ୍ରତିଶତ କେବଳ ପାକିସ୍ତାନରୁ ଆସିଥାଏ । ଏନେଇ ଆଫଗାନିସ୍ତାନ ନାଗରିକମାନେ ଦୃଢ଼ ଯେ ପାକିସ୍ତାନ ହିଁ ତାଲିବାନଙ୍କୁ ଉସୁକାଇବା ସହ ଶକ୍ତି ଯୋଗାଉଛି । ସେହିପରି ଆଉଜଣେ ସୋସିଆଲ୍ ମିଡିଆ ୟୁଜର୍ସ ଅହମଦ ଶାହ ହାସ୍ ଟାଗ୍ ଶେଆର୍ କରିବା ସହ ଆଫଗାନରେ ମୃତ୍ୟୁର ବିଭୀଷିକା ଖେଳାଇବା ପାଇଁ ତାଲିବାନକୁ ପାକ୍ ଡିଜାଇନ୍ କରିଛି ବୋଲି ଉଲ୍ଲେଖ କରିଛନ୍ତି । ଏଭଳି ଭାବରେ ସୋସିଆଲ୍ ସାଇଟ୍  ରେ ପାକ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରେଣ୍ଡିଂ ଜୋର୍ ଧରିଛି ।

ଆହୁରି ପଢ଼ନ୍ତୁ:

ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର୍

ଦେଖନ୍ତୁ ଭିଡିଓ ରିପୋର୍ଟ:

Get real time updates directly on you device, subscribe now.