fbpx

ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର MI-24

ନୂଆଦିଲ୍ଲୀ: ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର ଏମଆଇ-୨୪ । ଆଫଗାନିସ୍ତାନରେ ତାଲିବାନ ଗୋଟିଏ ପରେ ଗୋଟିଏ ସହର ଅକ୍ତିଆର କରି ଚାଲିଥିବା ବେଳେ ଏହା ମଧ୍ୟରେ ଭାରତୀୟ ହେଲିକପ୍ଟରଟି ରହିଛି । ଆଫଗାନିସ୍ତାନର କାନ୍ଦୁଜ ସହରରେ ଏହି ହେଲିକପ୍ଟରଟି ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ହେଲିକପ୍ଟର ଉପରେ ରହୁଥିବା ବ୍ଲେଡ୍ ନାହିଁ ।

ଏହି ଭାରତୀୟ ହେଲିକପ୍ଟର ଗୁଡିକ ଆଫଗାନିସ୍ତାନକୁ ୨୦୧୯ରେ ପ୍ରଦାନ କରାଯାଇଥିଲା । ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନକୁ ୪ଟି ଏମ ଆଇ ୨୪- ଆଟାକ ହେଲିକପ୍ଟର ପ୍ରଦାନ କରାଯାଇଥିଲା । ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ଆହୁରି ୩ଟି ସହରକୁ କବଜା କରିବାରେ ସକ୍ଷମ ହୋଇଛି ତାଲିବାନ । ଆଫଗାନ ସେନା ପକ୍ଷରୁ ୫୭୨ ତାଲିବାନୀଙ୍କୁ ମରାଯାଇଥିବା ନେଇ ଦାବି କରାଯାଉଥିଲେ ହେଁ ଦିନକୁ ଦିନ ତାଲିବାନୀଙ୍କ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି ।

ଆହୁରି ପଢ଼ନ୍ତୁ:

ଟ୍ରେଣ୍ଡ୍ କରୁଛି #SanctionPakistan, ତାଲିବାନଙ୍କୁ ସହଯୋଗ କରୁଛି ପାକ୍

Get real time updates directly on you device, subscribe now.