fbpx

ଗୋକୁଲମ ଷ୍ଟୁଡିଓରେ ଏକାଠି ହେଲେ ଧୋନୀ ଓ ବିଜୟ; ଏମିତି ରିଆକ୍ଟ କଲେ ଫ୍ୟାନ

ଚେନ୍ନାଇ: ଚେନ୍ନାଇରେ ଏକାଠି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ତାମିଲ ଅଭିନେତା ବିଜୟ ପରସ୍ପରକୁ ଭେଟିଛନ୍ତି । ବିଜୟ ନିଜ ଫିଲ୍ମର ଶୁଟିଂ କରୁଥିବା ବେଳେ ଧୋନୀ ନିଜର ଟିଭି କମର୍ସିଆଲର ଶୁଟିଂ କରୁଥିଲେ । ଏପରି ସମୟରେ ଚେନ୍ନାଇର ଗୋକୁଳମ ଷ୍ଟୁଡିଓରେ ପରସ୍ପରକୁ ଭେଟିଥିଲେ ଧୋନୀ ଓ ବିଜୟ ।

 

View this post on Instagram

 

A post shared by Seemant Lohani (@seemantlohani)

ସିଏସକେ ପକ୍ଷରୁ ଖେଳୁଥିବା ଧୋନୀ ଆସନ୍ତା ଅଗଷ୍ଟ ୧୩ ତାରିଖରେ ଖେଳିବା ପାଇଁ ଦୁବାଇ ଯାତ୍ରା କରିବେ । ଅନ୍ୟପକ୍ଷରେ ବିଜୟ ନିଜ ଫିଲ୍ମ ବିଷ୍ଟର ଦ୍ୱିତୀୟ ସିଡ୍ୟୁଲର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ପୂଜା ହେଗଡେଙ୍କ ସହିତ ଏହି ଫିଲ୍ମର ଶୁଟିଂ କରୁଛନ୍ତି ବିଜୟ । ଉଲ୍ଲେଖଯୋଗ୍ୟ ଯେ, ୨୦୦୮ରୁ ସିଏସକେ ସହିତ ଜଡିତ ଥିବା ଧୋନୀଙ୍କୁ ଥାଲା (ମହାରାଜ) ବୋଲି ସମ୍ବୋଧନ କରାଯାଉଥିବା ବେଳେ ବିଜୟଙ୍କୁ ଥାଲାପତି(ଯୁବରାଜ) ବୋଲି ସମ୍ବୋଧନ କରାଯାଇଥାଏ ।

Get real time updates directly on you device, subscribe now.