fbpx

Set Max ଚ୍ୟାନେଲ୍ ରେ କାହିଁକି ବାରମ୍ବାର ପ୍ରସାରଣ ହେଉଛି ‘Sooryavansham’, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ମୁମ୍ବାଇ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ “ସୂର୍ଯ୍ୟବଂଶମ୍” ସହିତ ସମସ୍ତେ ପରିଚିତ ଅଛନ୍ତି । ଏହି ଫିଲ୍ମ ସର୍ବାଧିକ ଥର ସେଟ୍ ମ୍ୟାକ୍ସରେ ପ୍ରସାରିତ ହୋଇଥାଏ । ଏହି ଫିଲ୍ମ ସେଟ୍ ମ୍ୟାକ୍ସ ଚ୍ୟାନେଲ୍ ରେ ଅଧିକ ଥର ପ୍ରସାରିତ ହେଉଥିବାରୁ ଅନେକ ଏହାକୁ ନେଇ ମିମ୍ସ କରନ୍ତି ଏବଂ ଟ୍ରୋଲ୍ ବି କରନ୍ତି । ହେଲେ ଆପଣ ମାନେ ଜାଣିଛନ୍ତି କି ସେଟ୍ ମ୍ୟାକ୍ସରେ ହିଁ କାହିଁକି ଫିଲ୍ମ “ସୂର୍ଯ୍ୟବଂଶମ୍” କୁ ଅଧିକ ଥର ପ୍ରକାଶିତ କରାଯାଏ ? ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହାର କାରଣ ।

“ସୂର୍ଯ୍ୟବଂଶମ୍” ଏବଂ ଚ୍ୟାନେଲ୍ ସେଟ୍ ମ୍ୟାକ୍ସ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି । ଯେଉଁ କାରଣରୁ ଏହି ଫିଲ୍ମକୁ ସେଥିରେ ସର୍ବାଧିକ ଥର ପ୍ରସାରିତ କରଯାଏ । ମିଡିଆ ରିପୋର୍ଟ ଅନୁଯାୟୀ, ସୋନି ମ୍ୟାକ୍ସର ମାର୍କେଟିଂ ହେଡ୍ ବୈଶାଲୀ ଶର୍ମା ଦିନେ ଏହି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ । ବାସ୍ତବରେ, ୧୯୯୯ ରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଏକ ଡବଲ୍ ରୋଲ୍ ପାରିବାରିକ ଡ୍ରାମା – ଠାକୁର ଭାନୁପ୍ରତାପ ସିଂ ଏବଂ ହୀରା ଠାକୁର ସିଂ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ଏବଂ ରିଲିଜ୍ ହେବାର ଖୁବ୍ ଶୀଘ୍ର ଘୋଷଣା କରାଯାଇଥିଲା ।

“ସୂର୍ଯ୍ୟବଂଶମ୍” ପ୍ରେକ୍ଷାଳୟରେ ଯେତେବେଳେ ମୁକ୍ତିଲାଭ କରିଥିଲା ସେତେବେଳେ ସେଟ୍ ମ୍ୟାକ୍ସ ଭାରତୀୟ ଟିଭି ଚ୍ୟାନେଲ୍ ମାନଙ୍କରେ ନବାଗତ ଥିଲା । ଜଣେ ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି ଯେ, ବୈଶାଲୀ ଶର୍ମାଙ୍କ ଅନୁଯାୟୀ ଅମିତାଭ ବଚ୍ଚନଙ୍କ ଫିଲ୍ମର ରାଇଟ୍ସ ୧୦୦ ବର୍ଷ ପାଇଁ କିଣାଯାଇଥିଲା। ଯେହେତୁ ଫିଲ୍ମର ରାଇଟ୍ସକୁ ୧୦୦ ବର୍ଷ ପାଇଁ କିଣାଯାଇଛି ତେଣୁ ଏହାକୁ ବାରମ୍ବାର ପ୍ରସାରଣ କରାଯାଉଛି ।

Get real time updates directly on you device, subscribe now.