fbpx

(Video) କେବେ ଅନୁଭବଙ୍କୁ ମିଳିବ ପ୍ରାର୍ଥୀ ଟିକେଟ? ଷ୍ଟାର ପ୍ରଚାରକ ହୋଇ ରହିଯିବେ କି କେନ୍ଦ୍ରାପଡ଼ା ସାଂସଦ?

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତିରେ ବିଜୟ ପାଇଁ ବୁଝି ବିଚାରି ଗୋଟି ଚଳାଉଛନ୍ତି ରାଜନୈତିକ ଦଳ । କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିବେ, ଏ ନେଇ ବହୁ ଅଙ୍କକଷା ପରେ ଦିଆଯାଉଛି ଟିକେଟ । ଏହାଭିତରେ ଅନେକ ହେଭିୱେଟ ନେତା ନିଜ ଟିକେଟ ହରାଉଥିବା ବେଳେ କିଛି ନୂଆ ଚେହେରା ମଧ୍ୟ ବାଜି ମାରି ନେଇଛନ୍ତି । ସେହିପରି କିଛି ନେତାଙ୍କୁ ଅନେକ ଦଳ କମବ୍ୟାକ କରିଥିବା ଦେଖାଯାଉଛି । ତେବେ ଏହି ତାଲିକାରେ ଖୁବ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ନିକଟରେ ଦଳରେ ସାମିଲ ହୋଇଥିବା ସିନେ ଷ୍ଟାର ଆକାଶ, ସିଦ୍ଧାନ୍ତ ଏବଂ ଅରିନ୍ଦମଙ୍କୁ ବିଜେପି ପ୍ରାର୍ଥୀ କରି ସାରିଥିବା ବେଳେ କେନ୍ଦ୍ରାପଡ଼ା ସାଂସଦଙ୍କୁ ଏପର୍ଯ୍ୟନ୍ତ ଟିକେଟ ଦେଇନି । ଯାହାକୁ ନେଇ ବର୍ତ୍ତମାନ ରାଜନୀତି ମାହୋଲରେ ଚର୍ଚ୍ଚା ଜୋର ଧରିଛି ।

ଏଥର ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ହାତେ ମାପି ଚାଖଣ୍ଡେ ଚାଲୁଛି ବିଜେପି । ପ୍ରତ୍ୟେକ ଆସନ ପାଇଁ କସରତ କରିବା ପରେ ହିଁ ଦଳ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ଦେଉଛି । ୟା ଭିତରେ ବିଜେପି ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟ ବିଧାନସଭାର ୮ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଏହି ତାଲିକାରେ ସାମିଲ ହୋଇଛି ଓଡ଼ିଶା ମେଗାଷ୍ଟାର ଅରିନ୍ଦମ ରାୟଙ୍କ ନାଁ । କଟକ ସାଲେପୁରରୁ ଅରିନ୍ଦମଙ୍କୁ ପ୍ରାର୍ଥୀପଦ ପାଇଁ ଟିକେଟ ଦେଇଛି ବିଜେପି । ଦୀର୍ଘ ଦିନ ପାଇଁ ବିଜେଡିରେ ଷ୍ଟାର ପ୍ରଚାରକ ହୋଇ ରହି ଯାଇଥିଲେ ଅରିନ୍ଦମ । କିନ୍ତୁ ବିଜେପିରେ ସାମିଲ ହେବା ମାତ୍ରେ ତାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଯାହାକୁ ନେଇ ସେ ଖୁବ ଖୁସି ରହିଛନ୍ତି ।

ଅରିନ୍ଦମଙ୍କ ପୂର୍ବରୁ ଆକାଶ ଦାସନାୟକ(କୋରେଇ), ସିଦ୍ଧାନ୍ତ ମହାପାତ୍ର(ଦିଗପହଣ୍ଡି) ଆସନରୁ ପ୍ରାର୍ଥୀ କରିସାରଛି ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ତେବେ ଆଗାମୀ ଦିନରେ କଟକ ବାରବାଟୀ ଆସନ ପାଇଁ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିପାରନ୍ତି ଅନୁଭବ ମହାନ୍ତି । ଏହି ଅସନ ପାଇଁ ଅନୁଭବ ଏବଂ ଅରିନ୍ଦମଙ୍କ ନାଁ ନେଇଟଣାଓଟରା ଲାଗି ରହିଥିଲା । କିନ୍ତୁ ଗତକାଲି ଅରିନ୍ଦମଙ୍କୁ ସାଲେପୁରର ପ୍ରାର୍ତୀ କରି ବାରବାଟୀ ଅନୁଭବଙ୍କୁ ଦେବା ସମ୍ଭାବନାକୁ ବଢାଇ ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେପି କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କୁ ଲୋକସଭା କିମ୍ବା ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ ସ୍ଥାନ ଦେଇନାହିଁ । ତେଣୁ ବିଜେପି ତାଙ୍କୁ ଏହି ନର୍ବାଚନରେ ବିଧାନସଭା ପ୍ରାର୍ଥୀ ଭାବରେ ନିରାଶ କରିପାରେ ବୋଲି ମଧ୍ୟ ଅନେକ ସ୍ଥାନରେ ଆଲୋଚନା ଚାଲିଛି ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ଆଗାମୀ ଦିନରେ ରାଜ୍ୟସଭା ନିର୍ବାଚନରେ ବଡ଼ ଦାୟିତ୍ୱ ନେଇପାରନ୍ତି । ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ଅନୁଭବ ମହାନ୍ତି ଏବଂ ତାଙ୍କର ରାଜନୈତିକ ଅଭଜ୍ଞତା ଅମୋଘ ଅସ୍ତ୍ର ହୋଇପାରେ । ତେଣୁ ବିଜେପି ଅନୁଭବଙ୍କୂ ରାଜ୍ୟସଭା ସାଂସଦ ଭାବରେ ମଧ୍ୟ ପ୍ରାର୍ଥୀ କରିପାରେ ।

Get real time updates directly on you device, subscribe now.