fbpx

ପିଲାଙ୍କ ମଧ୍ୟରେ ଚିଡିଚିଡାପଣ ଦେଖାଯାଉଛି କି? ହୋଇପାରେ ଏହି ଭିଟାମିନର ଅଭାବ

ଓଡ଼ିଶା ଭାଷ୍କର: ଭିଟାମିନ ଡି ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ମୁଡ ପାଇଁ ଅତ୍ୟନ୍ତ ଆବଶ୍ୟକ । ସମୟ ଥାଉ ଥାଉ ଏହାର ଅଭାବକୁ ଚିହ୍ନଟ କରି ସଠିକ ଚିକିତ୍ସା କରିବା ଆବଶ୍ୟକ । ଭିଟାମିନ ଡି କେବଳ ଆମ ହାଡ଼ ପାଇଁ ଆବଶ୍ୟକ ହୋଇନଥାଏ, ବରଂ ଏହା ଆମ ମୁଡକୁ ମଧ୍ୟ ପ୍ରଭାବିତ କରିଥାଏ । ଖାସକରି ପିଲାମାନଙ୍କ ମଧ୍ୟରେ ଏହି ଭିଟାମିନ ଅଭାବରୁ ଚିଡିଚିଡା ପଣ ଦେଖାଯାଇଥାଏ ।

ଏହା ଡାଡ଼କୁ ମଜବୁତ କରିଥାଏ । ଏହା ବ୍ୟତୀତ ଏହି ଭିଟାମିନ ଆମ ନର୍ବସ ସିଷ୍ଟମ, ମାଂସପେଶୀ ଏବଂ ୟୁମ୍ୟୁନ ସିଷ୍ଟମକୁ ଭଲଭାବେ ପରିଚାଳିତ କରାଇଥାଏ । ଯେତେବେଳେ ପିଲାଙ୍କ ମଧ୍ୟରେ ଏହା କମିଯାଏ ସେତିକି ବେଳେ ସେମାନଙ୍କ ମଧ୍ୟରେ ଚିଡିଚିଡାଣ ଏବଂ ଅନ୍ୟ ମାନସିକ ସମସ୍ୟାମାନ ଦେଖାଯାଇପାରେ ।

ଭିଟାମିନ ଡି ସୂର୍ଯ୍ୟ କିରଣ ଏବଂ କିଛି ଖାସ ଖାଦ୍ୟ ପଦାର୍ଥ ପରି ଫ୍ୟାଟି ମାଛ, ଅଣ୍ଡା, ଏବଂ କ୍ଷୀରରେ ମିଳିଥାଏ । ଏହାବ୍ୟତୀତ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଶିଶୁଙ୍କ ମଧ୍ୟରେ ଚିଡିଚିଡାପଣ ଭିଟାମିନ ଡି ର ଅଭାବ ଯୋଗୁଁ ହେଉଛି ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.