fbpx

ଏପରି ଗାଁ ଯେଉଁଠି ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି ଲୋକେ, ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନର ବ୍ୟସ୍ତବହୁଳ କାର୍ଯ୍ୟ ଓ ଟେନସନ୍ କାରଣରୁ ଲୋକଙ୍କର ବୟସ ହ୍ରାସ ପାଉଛି । କିନ୍ତୁ ଇଟାଲିରେ ଏପରି ଏକ ଗାଁ ଅଛି, ଯେଉଁଠି ଅଧିକାଂଶ ଲୋକେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି । ଇଟାଲିର ସାର୍ଦିନିଆ ପ୍ରାନ୍ତର ପାର୍ବତ୍ୟ ଅଞ୍ଚଳରେ ଥିବା ପେରଡାସଡେଫୋଗୁ ଗାଁର ଲୋକଙ୍କ ବୟସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ।

ପେରଡାସଡେଫୋଗୁ ଗାଁର ଜନସଂଖ୍ୟା ପ୍ରାୟ ୧୭୪୦ ଥିବା ବେଳେ ଏବେ ସେଠାରେ ୮ ଜଣଙ୍କର ବୟସ ୧୦୦ ବର୍ଷରୁ ଅଧିକ ରହିଛି । ଚଳିତ ବର୍ଷ ମଧ୍ୟ ୫ ଜଣ ୧୦୦ ବର୍ଷ ବୟସ ଅତିକ୍ରମ କରିବେ । ଆଗାମୀ ୨ ବର୍ଷ ମଧ୍ୟରେ ଆଉ ୧୦ ଜଣ ୧୦୦ ବର୍ଷର ହୋଇଯିବେ । ଏହି ଗାଁରେ ଅଧିକାଂଶ ପରିବାରର ୪-୫ ଜଣ ୧୦୦ ବର୍ଷ ବଞ୍ଚିବା ପରେ ମୃତ୍ୟୁବରଣ କରିଛନ୍ତି ।

ରିପୋର୍ଟ ମୁତାବକ, ଇଟାଲୀର ପେରଡାସଡେଫୋଗୁ ଗାଁରେ ୧୦୦ ବର୍ଷ ବୟସ ଅତିକ୍ରମ କରିଥିବା ଲୋକଙ୍କ ସଂଖ୍ୟା ଜାତୀୟ ହାରଠାରୁ ୧୩ ଗୁଣ ଅଧିକ । ପ୍ରଫେସର ଲୁଇସା ସାଲାରିସ୍ କହିଛନ୍ତି ଯେ, ‘୧୦୦ ବର୍ଷରୁ ଅଧିକ ବଞ୍ଚିବା ପଛର ସବୁଠୁ ବଡ କାରଣ ହେଉଛି ତାଜା ପବନ ଏବଂ ସୁସ୍ଥ ଖାଦ୍ୟ । ଏହାର କାରଣ ତାଜା ପବନ ଏବଂ ଭଲ ଖାଦ୍ୟ ହୋଇଥିଲେ ବି ମୋର ବିଶ୍ୱାସ ଯେ ଦୀର୍ଘାୟୁ ହେବାର ଅନ୍ୟତମ କାରଣ ହେଉଛି ଡିପ୍ରେସନ ପ୍ରତି ସେମାନଙ୍କର ମନୋଭାବ । ସେମାନେ ପ୍ରତ୍ୟେକ ସମସ୍ୟାର ଖୁବଶୀଘ୍ର ସମାଧାନ କରନ୍ତି ।’

ବହି ପଢ଼ିବାକୁ ଏହି ଗାଁର ଲୋକମାନେ ବେଶ ପସନ୍ଦ କରନ୍ତି ଓ ପୁସ୍ତକଗୁଡ଼ିକ ମଧ୍ୟ ସେମାନଙ୍କର ବୟସ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଏହା ବ୍ୟତୀତ ଏଠାରେ ଥିବା ଲୋକମାନେ ସାମାଜିକ ଏବଂ ପରସ୍ପର ସହିତ ବହୁତ ଯୋଗାଯୋଗରେ ରୁହନ୍ତି । ସାହିତ୍ୟିକ ସମାରୋହ ନିୟମିତ ଭାବେ ଆୟୋଜିତ ହୋଇଥାଏ, ଯେଉଁଥିରେ ବୟସ୍କମାନେ ମଧ୍ୟ ପୂର୍ଣ୍ଣ ଉତ୍ସାହ ସହିତ ସାମିଲ ହୁଅନ୍ତି । ଏଠାରେ ବୟସ୍କମାନେ ବୃଦ୍ଧାଶ୍ରମକୁ ନଯାଇ ଘରେ ହିଁ ରୁହନ୍ତି ।

Get real time updates directly on you device, subscribe now.