fbpx

ଏସପି କହିଲେ –‘ପ୍ରକଳ୍ପକୁ ବିରୋଧ କରି ଭଙ୍ଗାରୁଜା ଘଟଣାରେ ୨୪ ଗିରଫ’

ରାଜକନିକା(ଓଡ଼ିଶା ଭାସ୍କର): ରାଜକନିକା ଭାରିଗଦାରେ ଗତକାଲି ପୋଲିସ-ପ୍ରକଳ୍ପ ବିରୋଧୀମାନେ ମୁହାଁମୁହିଁ ହୋଇଥିଲେ । ପୋଲିସକୁ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ୨୪ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ୨୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

ଏସପି କହିଛନ୍ତି ଯେ, ‘ଦୁଇ ଦିନ ଭିତରେ ପୋଲିସ ଉପସ୍ଥିତିରେ ପୁଣି ପ୍ରକଳ୍ପ କାମ ହେବ । ଖରସ୍ରୋତାରେ ମେଗା ପ୍ରକଳ୍ପକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । କାଲି ପ୍ରକଳ୍ପ ସ୍ଥାନରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିଲେ ।’

ତେବେ କେନ୍ଦ୍ରାପଡାରୁ ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ବିରୋଧ କରିଥିଲେ ପ୍ରକଳ୍ପ ବିରୋଧୀ । ପ୍ରକଳ୍ପକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । ପ୍ରକଳ୍ପ ବନ୍ଦ କରିବାକୁ ଦାବି କରିବା ସହ ବ୍ୟାରିକେଡ ଭାଙ୍ଗି ଧସେଇ ହୋଇ ପଶିଥିଲେ ଆନ୍ଦୋଳନକାରୀ । ପ୍ରକଳ୍ପ ସ୍ଥାନରେ ଆନ୍ଦୋଳନକାରୀଙ୍କ ଦ୍ୱାରା ବ୍ୟାପକ ଭଙ୍ଗାରୁଜା ହୋଇଥିଲା । କାର୍ଯ୍ୟରେ ବ୍ୟବହୃତ ଗାଡିକୁ ବି ସେମାନେ ଭଙ୍ଗାରୁଜା କରିଥିଲେ । କମ୍ପାନୀ ଯନ୍ତ୍ରାଂଶ ସହ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ସହ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ ।

Get real time updates directly on you device, subscribe now.