fbpx

ଭାରତୀୟ ଜର୍ସିରେ ପଡିଆରେ ପଶିଲେ ଦର୍ଶକ; ହସି ହସି ଗଡ଼ିଗଲେ ସିରାଜ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏକ ଅଭାବନୀୟ ଘଟଣା ଘଟିଛି । ଭାରତୀୟ ଦଳର ଫିଲ୍ଡିଂ ସମୟରେ ଜଣେ ଦର୍ଶକ ଭାରତୀୟ ଦଳର ଜର୍ସି ପିନ୍ଧି ପଡିଆ ମଧ୍ୟକୁ ପଶି ଆସିଥିଲେ । ଲଞ୍ଚ ପରେ ପରେ ରୁଟ୍ ଓ ବେୟାର୍ଷ୍ଟୋଙ୍କ ମଧ୍ୟରେ ଚମକ୍ରାର ଭାଗିଦାରୀ ହୋଇଥିବା ବେଳେ ପଡିଆ ମଧ୍ୟକୁ ୬୯ ନମ୍ବରର ଜର୍ସି ପିନ୍ଧି ପଡିଆକୁ ପଶି ଆସିଥିଲେ । ତେବେ ଖେଳାଳିଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଏହି ବ୍ୟକ୍ତିଙ୍କୁ ପଡିଆରୁ ବାହାରକୁ ନେଇଥିଲେ ସୁରକ୍ଷା କର୍ମୀ ।

୪ ଜଣ ସୁରକ୍ଷା କର୍ମୀ ଏହି ବ୍ୟକ୍ତିଙ୍କୁ ବାହାରକୁ ଟାଣି ନେଇଥିଲେ । ଏହି ବ୍ୟକ୍ତିଙ୍କ ଜର୍ସିରେ ଜାର୍ବୋ ବୋଲି ଲେଖା ଯାଇଥିଲା । ମ୍ୟାଚର ୭୪ ତମ ଓଭରରେ ଏହି ଘଟଣା ଘଟିଥିବା ବେଳେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ହସି ହସି ଗଡି ଯାଇଥିଲେ । କେ ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୬୪ ରନ କରିଥିବା ବେଳେ ରୁଟ୍ଙ୍କ ଅପରାଜିତ ୧୬୦ ରନ ସହାୟତାରେ ଇଂଲଣ୍ଡ ୮ ୱିକେଟ ହରାଇ ୩୫୮ ରନ୍ ସଂଗ୍ରହ କରିଛି ।

Get real time updates directly on you device, subscribe now.