fbpx

ମୋଦୀଙ୍କ ବଡ଼ ଘୋଷଣା: ଆସୁଛି ୧୦୦ ଲକ୍ଷ କୋଟିର ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲାରେ ୭୫ତମ ଜାତୀୟ ସ୍ୱାଧୀନତା ଦିସବ ସମାରୋହ ପାଳିତ ହେଉଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥି ସହ ପିଏମ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଦେଶରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ୧୦୦ ଲକ୍ଷ କୋଟିର ଯୋଜନା । ଦେଶର ଯୁବ ସମାଜକୁ ନିଯୁକ୍ତି ଦେବା ପାଇଁ ଯୋଜନାର ବ୍ୟବସ୍ଥା ହୋଇଛି ବୋଲି ମୋଦୀ କହିଛନ୍ତି । ଜାତୀୟ ସମନ୍ୱିତ ଭିତ୍ତିଭୂମି ବିକାଶ ପାଇଁ ବି ଯୋଜନା ରହିଛି ବୋଲି ମୋଦୀ ଘୋଷଣା କରିଛନ୍ତି ।

ଅନ୍ୟପଟେ ଦେଶରେ କ୍ଷୁଦ୍ରଶିଳ୍ପ ଓ ଷ୍ଟାର୍ଟଅପ୍ ପ୍ରକଳ୍ପକୁ ଉତ୍ସାହ ଦିଆଯାଉଛି ବୋଲି ମୋଦୀ କହିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଭାରତର ପ୍ରବେଶ ଓ ଅଂଶ ବଢ଼ିଛି । ୩୦୦ କୋଟି ଡଲାରର ମୋବାଇଲ ଫୋନ୍ ଆମେ ରପ୍ତାନୀ କରୁଛୁ । ଦେଶର ଉତ୍ପାଦକ ଓ ଶିଳ୍ପୋଦ୍ୟୋଗୀଙ୍କୁ ଆହ୍ୱାନ ଦେଇ ମୋଦୀ କହିଛନ୍ତି ଯେ, କୌଣସି ଉତ୍ପାଦ କେବଳ ସେମାନଙ୍କ କମ୍ପାନୀ ବା ସଂସ୍ଥାର ନୁହେଁ । ଉତ୍ପାଦ ସହ ଭାରତର ପରିଚୟ, ପ୍ରତିଷ୍ଠା ଓ ବିଶ୍ୱାସ ଯୋଡି ହୋଇ ରହିଛି । ‘ମେଡ ଇନ୍ ଇଣ୍ଡିଆ’ ସମସ୍ତଙ୍କୁ ଗବି;ତ କରୁ, ସେଥିପାଇଁ ଉଦ୍ୟମ ହେଉ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.