fbpx

Bharat Petroleum ଓଡ଼ିଶାରେ ଆରମ୍ଭ କଲା ଡିଜେଲ ହୋମ୍ ଡେଲିଭରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ଡିଜେଲ ହୋମ୍ ଡେଲିଭରି । ସରକାରୀ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ୍) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଡିଜେଲ ଚାହିଦା ପୂରଣ କରିବା ସକାଶେ ଓଡ଼ିଶା ସମେତ କିଛି ରାଜ୍ୟରେ ଏହି ସେବା ଆରମ୍ଭ କରାଯାଇଥିବା ଜଣାପଡ଼ିଛି ।

FuelKart ନାମରେ ଆରମ୍ଭ ହୋଇଥିବା ଏହି ସେବାର ବେନିଫିଟ୍ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ସହିତ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ମିଳିପାରିବ । ଏହି ରାଜ୍ୟମାନଙ୍କରେ ଡିଜେଲର ହୋମ୍ ଡେଲିଭରି ପାଇଁ ୬୩ଟି ମୋବାଇଲ୍ ଡିସପେନ୍ସର ଆରମ୍ଭ କରିଥିବା ଜଣାପଡ଼ିଛି । FuelKart ମାଧ୍ୟମରେ ଡୋର ଟୁ ଡୋର ଡେଲିଭରି ଅତ୍ୟାଧୁନିକ ମୋବାଇଲ ଡିସପେନ୍ସର ଦ୍ୱାରା କରାଯିବ । ଏହି ମୋବାଇଲ ଡିସପେନ୍ସର ଦ୍ୱାରା ସୁରକ୍ଷିତ ପ୍ରଣାଳୀରେ, ସଠିକ ଭାବରେ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଡିଜେଲ୍ ଲୋକଙ୍କ ଘରେ ଘରେ ପହଞ୍ଚିଯିବ । ଏଥିରୁ ମୋବାଇଲ ଭରିବା ପାଇଁ ଅତ୍ୟାଧୁନିକ ବିଦ୍ୟୁତ ସିଷ୍ଟମ ଓ ଜିଓ-ଫିସିଂ ଟେକ୍ନୋଲୋଜିର ପ୍ରୟୋଗ କରାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.