fbpx

ନିଦ ନ ଆସିବାର କ’ଣ ରହିଛି କାରଣ, ଜାଣନ୍ତୁ ସମାଧାନ

ପ୍ରାୟତଃ ଲୋକମାନେ ନିଜର ଭୁଲ ଲାଇଫଷ୍ଟାଇଲ ଓ ଡିପ୍ରେସନ ଯୋଗୁଁ ଠିକରେ ଶୋଇପାରନ୍ତି ନାହିଁ । ସେମାନଙ୍କୁ ନିଦ ଆସିନଥାଏ ବା ରାତିରେ ବାରମ୍ବାର ନିଦ ଭାଙ୍ଗୁଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପାୟ, ଯାହାକୁ କରିବା ଦ୍ୱାରା ଆପଣ ଅତି ସହଜରେ ନିଦ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଚେରି ରସ ଖାଇବା ଦ୍ୱାରା ଅନିଦ୍ରା ସମସ୍ୟାରୁ ସହଜରେ ମୁକ୍ତି ମିଳିପାରେ । କିଛି ଅନୁସନ୍ଧାନରୁ ଜଣାପଡିଛି ଯେ ଚେରି ରସ ପିଇବା ଦ୍ୱାରା ଭଲ ନିଦ ଆସିଥାଏ । ଏହାର ମୁଖ୍ୟ କାରଣ ହେଉଛି ରସରେ ଉପସ୍ଥିତ ଥିବା proanthocyanidins । ଏହି proanthocyanidins ଆପଣଙ୍କ ଆମିନୋ ଏସିଡ୍ ଟ୍ରାଇପ୍ଟୋଫନ୍ କୁ ବଢ଼ାଇଥାଏ, ଯାହା ଆପଣଙ୍କ ଶରୀରରୁ ସେରୋଟୋନିନ୍ ମୁକ୍ତ କରିଥାଏ । ଆସନ୍ତୁ ଆପଣଙ୍କୁ କହିବା ଯେ ସେରୋଟୋନିନ୍ ହେଉଛି ଏକ ନେଚୁୁରୋଟ୍ରାନ୍ସମିଟର ଯାହା ଆରାମ ଏବଂ ନିଦ୍ରା ଦେଇଥାଏ ।

ଯଦିଓ ଏହି ରସ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ ଏହାକୁ ତିଆରି କରିବା ସମୟରେ କିଛି ଜିନିଷକୁ ଧ୍ୟାନରେ ଦେବାକୁ ପଡିବ । ସର୍ବପ୍ରଥମେ, ଏହି ରସ ପିଇବାବେଳେ ଏଥିରେ ଭୁଲରେ ବି ଚିନି ମିଶାନ୍ତୁ ନାହିଁ ।

– ଯୋଗ ପରି ଧ୍ୟାନ ମଧ୍ୟ ନିଦ୍ରାହୀନତାକୁ ଦୂରେଇ ଦେବା‌ରେ ସହାୟ ହୋଇଥାଏ। ସକାଳୁ ଉଠି ଧ୍ୟାନ‌ କଲେ ମନ ଶାନ୍ତ ରହେ। ମନ ଶାନ୍ତ ରହିଲେ ଭଲ ଦିନ ହୁଏ।

– ଏହା ବ୍ୟତୀତ ଯୋଗ କରିବା ଦ୍ବାରା ଏହି ସମସ୍ୟାକୁ ଦୂରେଇ ଦେଇ ହେବ। ନିୟମିତ ଯୋଗ କଲେ ଶରୀର ଥକି ପଡ଼େ। ଶରୀରରେ ଥକାପଣ ରହିଲେ ରାତିରେ ଭଲ ନିଦ ହୋଇଥାଏ।

– ରାତିରେ ଗରମ ଖିରରେ ହଳଦୀ ମିଶାଇ ପିଇଲେ ନିଦ୍ରାହୀନତା ପରି ସମସ୍ୟା ଚୁଟ୍‌କିରେ ଦୂରେଇ ଯାଇଥାଏ।

– ପ୍ରଚୁର ପାଣି ପିଅନ୍ତୁ। ପାଣି ପିଇବା ଦ୍ବାରା ଅନେକ ସମସ୍ୟାକୁ ଦୂରେଇ ଦେଇ ହୁଏ। ଶରୀରରେ ଉପଯୁକ୍ତ ପରିମାଣର ଜଳୀୟ ଅଂଶ ରହିଲେ ନିଦ୍ରାହୀନତା ପରି ସମସ୍ୟା ହ୍ରାସ ପାଇଥାଏ।

Get real time updates directly on you device, subscribe now.