fbpx

ତାଲିବାନ୍ କବଜାରେ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନ ଦଖଲ କରିଛନ୍ତି ତାଲିବାନ । ରାଷ୍ଟ୍ରପତି ଭବନ ଦଖଲ ନେଇ ତାଲିବାନ କମାଣ୍ଡର ଦାବି କରିଛନ୍ତି । ଦେଶ ଛାଡି ନଯିବାକୁ ଲୋକଙ୍କୁ ଅପିଲ କରିଛି ତାଲିବାନ୍ । ବିନା ରକ୍ତପାତରେ ୨୦ ବର୍ଷ ପରେ କାବୁଲ ଦଖଲ କରି ତାଲିବାନ୍ । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ତାଜିକିସ୍ତାନ ପଳାଇଥିବା ଜଣାପଡିଛି । ରାଷ୍ଟ୍ରପତି ଦେଶ ଛାଡ଼ି ଚାଲିଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏହା ବ୍ୟତୀତ କାବୁଲ ବିମାନବନ୍ଦରକୁ ଘେରି ରହିଛନ୍ତି ଆମେରିକା ସେନା । ପାଶ୍ଚାତ୍ୟ ଦେଶର ଦୂତାବାସ ଖାଲି ପ୍ରକ୍ରିୟା ଜାରି ରହିଛି । ଅନ୍ୟପକ୍ଷରେ ନିଜ ନାଗରିକ ଓ ଅଧିକାରୀଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ଉଦ୍ୟମ ଚଳାଇଛି। ୧୨୯ ଜଣ ଭାରତୀୟ ନାଗରିକଙ୍କୁ ନେଇ କାବୁଲ ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନରେ ଭାରତ ଫେରିଥିବା ସୂଚନା ମିଳିଛି।

Get real time updates directly on you device, subscribe now.