ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସମ୍ପ୍ରତି ଧଳା ଜହରର ହବ୍ ପାଲଟି ଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ ହେଉଛି । ପଡ଼ୋଶୀ ରାଜ୍ୟର ମାଫିଆମାନେ ମଧ୍ୟ ଏଥିରେ ଜାଲ ବିଛାଇଥିବା ଜଣାପଡ଼ିଛି । ଏହି କ୍ରମରେ ସୋମବାର ପୁଣି ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହେବା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁସାରେ ଜଳେଶ୍ୱରରୁ ଏସଟିଏଫ୍ ଜବତ କରିଛି ବ୍ରାଉନସୁଗାର । ଆଉ ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ହେଲା ମମତାଜ୍ ଖାନ୍ । ତାର ଘର ଜଳେଶ୍ୱର ଥାନା ଅଞ୍ଚଳରେ । ସେହିପରି ଅନ୍ୟତମ ଅଭିଯୁକ୍ତ ଉଦୟନାଥ ରଥର ଘର ଜଗତସିଂହପୁର ଥାନା ଅଞ୍ଚଳରେ ଏବଂ ପ୍ରଦୀପ କୁମାର ଦାସର ଘର କଟକ ଜିଲ୍ଲା ବୟାଳିଶିମୌଜା ଅଞ୍ଚଳରେ ବୋଲି ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ୨୦୨୦ ମସିହାରୁ ଅଦ୍ୟାବଧି ୩୮ କିଲୋଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିବା ସୂଚନା ଦେଇଛି ଏସଟିଏଫ୍ ।