fbpx

ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଉଦ୍ଧବ

ମହାରାଷ୍ଟ୍ର, ୨୮ା୧୧: ମହାରାଷ୍ଟ୍ରରେ ମହାନାଟକରେ ପଡ଼ିଛି ପୂର୍ଣ୍ଣଛେଦ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ସେ ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ । ତେବେ ଶିବସେନା-ଏନସିପି-କଂଗ୍ରେସ ମିଶି ମିଳିତ ଭାବେ ସରକାର ଗଠନ କରିଛନ୍ତି । ସେହି ଶପଥ ଗ୍ରହଣ ଉତ୍ସବରେ ବହୁ ଜାତୀୟସ୍ତରର ନେତା ଉପସ୍ଥିତ ଅଛନ୍ତି । ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଅଛନ୍ତି । ଶିବସେନାରୁ ଏକନାଥ ସିନ୍ଦେ ଓ ସୁଭାଷ ଦେଶାଇ ଶପଥ ନେଇଛନ୍ତି । ସେହିପରି ଏନସିପିରୁ ଛଗନ ଭୁଜବଳ ଓ ଜୟନ୍ତ ପାଟିଲ ଏବଂ କଂଗ୍ରେସରୁ ବାଲାସାହେବ ଥୋରାଟା ଓ ଅଶୋକ ଚୌହ୍ୱାନ ଶପଥ ନେଇଛନ୍ତି ।

Get real time updates directly on you device, subscribe now.