fbpx

ବ୍ରହ୍ମପୁରରୁ ସ୍ୱାଭାବିକ ହେଲା ବସ୍ ସେବା

ବ୍ରହ୍ମପୁର,୨୮ା୧୧(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରରୁ ସ୍ୱାଭାବିକ ହୋଇଛି ଘରୋଇ ବସ୍ ସେବା । ପରିବହନ ମନ୍ତ୍ରୀ ଓ ବସ ମାଲିକ ସଙ୍ଘର ଆଲୋଚନା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ଭିତରେ ଚାଲୁଥିବା ବସ୍ ସିଟି ବସ୍ ଷ୍ଟାଣ୍ଡରେ ରହିବ । ଏହାସହ ବାହାରକୁ ଯାଇଥିବା ବସ୍ ହଳଦିଆପଦର ବସଷ୍ଟାଣ୍ଡରୁ ଯିବ । ଉଲ୍ଲେଖଯୋଗ୍ୟ ଯେ ମରାମତି ଓ ନବୀକରଣ ପାଇଁ ସିଟି ବସଷ୍ଟାଣ୍ଡକୁ ୨ମାସ ପର୍ଯ୍ୟନ୍ତ ବନ୍ଦ ରଖିଥିଲା ପ୍ରଶାସନ । ଏନେଇ ମରାମତି ଶେଷ ପର୍ଯ୍ୟନ୍ତ ହଳଦିଆପଦରରୁ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା ମଧ୍ୟ ହୋଇଥିଲା । କିନ୍ତୁ ହଳଦିଆ ପଦରରୁ ବସ୍ ଚଳାଚଳକୁ ବସ୍ ମାଲିକ ସଙ୍ଘ ବିରୋଧ କରୁଥିଲା ।

Get real time updates directly on you device, subscribe now.