fbpx

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଡିସେମ୍ବର ୧୯ରେ ଶୀତ ଅଧିବେଶନ ଶେଷ ହେବାର ଥିଲା । ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଅଧିବେଶନରେ ୧୩ଟି କାର୍ଯ୍ୟଦିବସ ଥିଲା । ଗୃହରେ୧୩୨୬ଟି ତାରକା ପ୍ରଶ୍ନ ହେବା ସାଙ୍ଗକୁ ୧୬୩୬ଟି ଅଣତାରକା ପ୍ରଶ୍ନ ରହିଥିଲା । ସେହିଭଳି୧୩ଟି ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ସେଥି ମଧ୍ୟରୁ ୫ଟି ଉପରେ ଆଲୋଚନା ହୋଇଛି । ଶୀତ ଅଧିବେଶନରେ ମୋଟ ୫ଟି ବିଲ୍ ପାସ୍ ହୋଇଛି ।

Get real time updates directly on you device, subscribe now.