fbpx

ହାଇସ୍କୁଲ ପଛପଟୁ ଠାବ ହେଲା ମଣିଷ କଙ୍କାଳ

ଭୁବନେଶ୍ୱର, ୨୯ା୧୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜ ପାଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ଏକ ମଣିଷ କଙ୍କାଳ ଠାବ ହୋଇଥିବା ସୂଚନା ମିଳିଛି । ଏକ ପଲିଥିନରେ ବନ୍ଧା ହୋଇ ହାଡ଼ ଓ ଖପୁରି ପଡ଼ିଥିବା ଜଣାପଡ଼ିଛି । ଏହାକୁ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.