ଫଡ଼ନଭିସଙ୍କୁ ଜାରି ହେଲା କୋର୍ଟ ନୋଟିସ୍

ମହାରାଷ୍ଟ୍ର, ୨୯ା୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କୁ ନୋଟିସ ଜାରି ହୋଇଛି । ଫଡ଼ନଭିସଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ନାଗପୁର କୋର୍ଟ । ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ଜାରି କରାଯାଇଛି । ୨ଟି ଅପରାଧିକ ମାମଲା ସତ୍ୟପାଠରେ ଉଲ୍ଲେଖ କରିନଥିବା ତାଙ୍କ ନାମରେ ଅଭିଯୋଗ ହୋଇଛି ।
ଉଲ୍ଳେଖଯୋଗ୍ୟ ଯେ ଗତ ୨୩ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନଭିସ ଓ ଉପମୁଖ୍ୟନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ନେଇଥିଲେ । କିନ୍ତୁ ଶପଥ ନେବାର ୭୮ଘଣ୍ଟା ପରେ ବାଜି ପଲଟେଇ ଦେଇଥିଲା ଶିବସେନା, କଂଗ୍ରେସ ଓ ଏନସିପି ଦଳ । ହଠାତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପ୍ରସଙ୍ଗକୁ ନେଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାରଙ୍କ ଇସ୍ତଫା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନାହିଁ ମାନି ନେଇ ଦେବେନ୍ଦ୍ର ଫଡ଼ନଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.