fbpx

୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଆଧାର କାର୍ଡ, ଏପରି ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଧାର କାହଁ ଏତେ ଉପଯୋଗୀ ଯେ, ସରକାରଙ୍କ ଦ୍ୱାରା ପ୍ରତ୍ୟେକ ନାଗରିକଙ୍କୁ ଆଧାର କାର୍ଡ କରିବାକୁ ପରାମର୍ଶ ଦିଆଯାଇଛି । ଏପରିକି ପିଲାମାନଙ୍କ ପାଇଁ ଏବେ ଆଧାର କାର୍ଡର ସୁବିଧା ଉପଲବ୍ଧ ହୋଇଛି । ଏହି ପରିପ୍ରେକ୍ଷୀରେ ୟୁଆଇଡିଏଆଇ ସୂଚନା ଦେଇଛି ଯେ, ଏବେ ଶିଶୁଙ୍କ ପାଇଁ ଆଧାର କାର୍ଡ ପ୍ରସ୍ତୁତ କରିବା ଅଧିକ ସହଜ ହୋଇଛି । ପିଲାଙ୍କ ଆଧାର କରିବାକୁ ଆପଣଙ୍କୁ କୌଣସି କଠିନ ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ନାହିଁ ।

ଏଥିପାଇଁ ଶିଶୁର ଜନ୍ମ ପ୍ରମାଣପତ୍ର ବା ହସ୍ପିଟାଲରେ ପ୍ରାପ୍ତ ଡିସଚାର୍ଜ ସ୍ଲିପ୍ ସହିତ ପିତା ବା ମାତାଙ୍କର ଆଧାର କାହଁ ଜମା କରିବାକୁ ପଡିବ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଯଦି ଆପଣ ଜନ୍ମ ହୋଇଥିବା ଶିଶୁର ଆଧାର ଜନ୍ମ ତିଆରି କରିବାକୁ ଚାହୁଁଛନ୍ତି ବା ଶିଶୁର ପରିଚୟ ପଞ୍ଜିକୃତ କରିବାକୁ ଚାହୁଁଛନ୍ତି, ତେବେ ଆପଣ କେବଳ ହସ୍ପିଟାଲର ଡିସଚାର୍ଜ ସ୍ଲିପ୍ ଜମା କରି ପ୍ରକ୍ରିୟା ଆରମ୍ଭ କରିପାରିବେ ।

ତେବେ ଭାରତ ସରକାର ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏକ ପୃଥକ ନୀଳ ରଙ୍ଗର ଆଧାର କାର୍ଡ ପ୍ରବର୍ତ୍ତନ କରିଛନ୍ତି, ଯାହାକୁ ଆମେ ବାଳ ଆଧାର ଭାବରେ ଜାଣୁ । ଏହି ନୂଆ ନିୟମ ଅନୁଯାୟୀ, ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କୌଣସିି ବାୟୋମେଟ୍ରିକ୍ ବିବରଣୀ ପ୍ରଦାନ କରିବାର ଆବଶ୍ୟକତା ନାହିଁ । ଅବଶ୍ୟ, ଥରେ ପିଲା ପାଞ୍ଚ ବର୍ଷ ବୟସ ହୋଇଗଲେ, ବାୟୋମେଟ୍ରିକ୍ ଅପଡେଟ୍ କରିବା ଆବଶ୍ୟକ ହୋଇଯାଏ । ଏହା ପରେ ବାୟୋମେଟ୍ରିକ୍ ସ୍ଥଗିତ ରଖିବା ଠିକ୍ ନୁହେଁ ।

Get real time updates directly on you device, subscribe now.