fbpx

ଅକ୍ଟୋବରରେ ଭାରତ-ପାକ୍ ମୁହାଁମୁହିଁ, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଇସିସି ପ୪ରୁ ଚଳିତ ବର୍ଷ ହେବାକୁ ଟି୨୦ ବିଶ୍ୱ କପ୍ ର ପୂରା କାର୍ଯ୍ୟକ୍ରମ ଘୋଷଣା କରିଛି । କରୋନା ମହାମାରୀ କାରଣରୁ ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଓମାନ୍ ଏବଂ ୟୁଏଇରେ ହେବାକୁ ଯାଉଛି । ଟି୨୦ ବିଶ୍ୱ କପ୍ ଅକ୍ଟୋବର ମାସ ୧୭ ତାରିଖରୁ ଆରମ୍ଭ ହେବ । ନଭେମ୍ବର ୧୪ ତାରିଖରେ ଟାଇଟଲ୍ ମ୍ୟାଚ୍ ଖେଳାଯିବ । ତେବେ ଅକ୍ଟୋବର୍ ୨୪ ତାରିଖରେ ଭାରତ-ପାକ୍ ମଧ୍ୟରେ ମ୍ୟାଚ୍ ଖେଳାଯିବା । ଅର୍ଥାତ୍ ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହିତ ହେବାକୁ ଯାଉଛି । ବର୍ତ୍ତମାନ ସମସ୍ତଙ୍କ ନଜର ଏହା ଉପରେ ରହିବ । ତେବେ ପ୍ରଥମ ରାଉଣ୍ଡ ମୁକାବିଲା ଅକ୍ଟୋବର୍ ୧୭ ତାରିଖରେ ଖେଳାଯିବ ।

 

ଟି୨୦ ବିଶ୍ୱ କପ୍ ୨୦୨୧ର ପ୍ରଥମ ସେମିଫାଇନାଲ୍ ଅବୁଧାବୀରେ ନଭେମ୍ବର ୧୦ ତାରିଖରେ ଖେଳାଯିବ । ଏହାପରେ ଦ୍ୱିତୀୟ ସେମିଫାଇନାଲ୍ ନଭେମ୍ବର ୧୧ ତାରିଖରେ ଦୁବାଇରେ ଖେଳାଯିବ । ଭାରତର ସବୁ ମୁକାବିଲା ଭାରତୀୟ ସମୟାନୁସାରେ ୭.୩୦ରେ ଆରମ୍ଭ ହେବ । ପ୍ରଥମ ରାଉଣ୍ଡରେ ସୁପର୍ ୧୨ରେ ପହଞ୍ଚିବା ପାଇଁ ୮ଟି ଦଳ ଖେଳିବେ । ଟି୨୦ ବିଶ୍ୱ କପ୍ ର ଗ୍ରୁପ୍ ର ଘୋଷଣା ପୂର୍ବରୁ ହୋଇସାରିଥିଲା । ଗ୍ରୁପ୍ ରେ ଏ’ରେ ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ନାମୀବିୟା କୁ ରଖାଯାଇଛି । ସେହିପରି ଗ୍ରୁପ୍ ବି’ରେ ଓମାନ୍, ପିଏନଜି, ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶର ଟିମ୍ କୁ ରଖାଯାଇଛି ।

Get real time updates directly on you device, subscribe now.