fbpx

ରାଜ୍ୟପାଳଙ୍କ ଗାଡି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ମେଘାଳୟର ରାଜ୍ୟପାଳଙ୍କ ଗାଡି ଉପରକୁ ହୋଇଛି ଆକ୍ରମଣ । ରାଜ୍ୟପାଳ ସତ୍ୟପାଲ ମଲିକ ମେଘାଳୟ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜରାପଡିଛି । ଗୌହାଟୀ ବିମାନ ବନ୍ଦରରୁ ଓହ୍ଲାଇ ମେଘାଳୟ ଅଭିମୁଖେ ଫେରୁଥିବା ବେଳେ ସତ୍ୟପାଲଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଥିଲା । ଶିଲଂର ମୱଲାଇ ଜାତୀୟ ରାଜପଥରେ ଏହି ଆକ୍ରମଣ ହୋଇଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳ ଫେରୁଥିବା ସମୟରେ କିଛି ଅଜଣା ବ୍ୟକ୍ତି ଅଚାନକ ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ କିଛି ଗାଡିରେ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ବେଳେ କେହି ଆହତ ହୋଇ ନାହାନ୍ତି ।

Get real time updates directly on you device, subscribe now.