fbpx

ସୀମା ଟପିଲା ବର୍ବରତା; ୧୪ ଶିଶୁଙ୍କ ସମେତ ୩୭ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ଗୋଟିଏ ପଟେ ତାଲିବାନ ବର୍ବରତାରେ ଆଫଗାନ ବାସୀ ଅତିଷ୍ଠ ହୋଇଥିବା ବେଳେ ବିଶ୍ୱର ଅନ୍ୟ ଏକ ପ୍ରାନ୍ତରେ ୩୭ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ଆଫ୍ରିକୀୟ ରାଷ୍ଟ୍ର ନାଇଜରରେ ଘଟିଯାଇଛି ଏହି ବର୍ବର ଘଟଣା । ଦକ୍ଷିଣ ପଶ୍ଚିମ ନାଇଜରର ଏକ ଗ୍ରାମରେ ଆତଙ୍କୀ ଆକ୍ରମଣରେ ୩୭ ଜଣଙ୍କ ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ୧୪ ଜଣ ଶିଶୁ ରହିଥିବା ଜଣାପଡିଛି ।

ଲୋକମାନେ କ୍ଷେତରେ କାମ କରୁଥିବା ସମୟରେ ଅଚାନକ ଆକ୍ରମଣ ହୋଇଥିଲା । ମାଲି ସୀମାନ୍ତରେ ରହିଥିବା ନାଇଜରର ଗ୍ରାମ ତିଲବେରୀରେ ଏହି ଆକ୍ରମଣ ହୋଇଥିଲା । ବୁର୍କିନା ଫାସୋ ଏବଂ ମାଲିରେ ନିୟମିତ ଭାବରେ ଏଭଳି ଆକ୍ରମଣ ହେଉଥିବା ବେଳେ ଚଳିତ ବର୍ଷ ୪୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ବିଶ୍ୱ ମାନବାଧିକାର କମିଶନଙ୍କ ପକ୍ଷରୁ ପ୍ରକାଶ ପାଉଛି ।

Get real time updates directly on you device, subscribe now.