fbpx

‘ଅରିଜିନାଲ ବ୍ଲୁ ମୁନ୍’: ଆଜି ସୂର୍ଯ୍ୟାସ୍ତ ପରେ ଆକାଶରେ ଦିଶିବ ନୀଳ ଚନ୍ଦ୍ରମା, ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ୱ

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ସାରା ଦେଶରେ ଆଜି ଏହି ପବିତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରାଯାଉଛି । ତେବେ ଏହି ଅଗଷ୍ଟ ମାସରେ ଆକାଶରେ ଅନେକ ବିରଳ ଭୌଗୋଳିକ ଘଟଣାମାନ ଘଟିଯାଇଛି । ଏବେ ଏହି ବିରଳ ଘଟଣାରେ ଆଉ ଏକ ଦୃଶ୍ୟ ଯୋଡ଼ିହୋଇଛି । ଆଜି ସୂର୍ଯ୍ୟାସ୍ତ ପରେ ରାତିରେ ଆକାଶରେ ଅରିଜିନାଲ୍ ବ୍ଲୁ ମୁନ୍ ଦେଖାଯିବ । ଆଜି ଚନ୍ଦ୍ରମା ଅନ୍ୟ ଦସିନ ଠାରୁ ଳଟିକେ ଖଶସ୍ ହେବାକୁ ଯାଉଛି । ଏହି ବ୍ଲୁ ମୁନ୍ ୨ ମିମ୍ବା ୩ ବର୍ଷ ପରେ ଆକାଶରେ ଦେଖିବାକୁ ମିଳେ । ଏନେଇ ସୂଚନା ଦେଇଛି ଆମେରିକା ଆଷ୍ଟ୍ରୋନୋମିକାଲ ସୋସାଇଟି । ସ୍କାଇ ଆଣ୍ଡ ଟେଲିସ୍କୋପ ପତ୍ରିକାର କହିବା କଥା, ଚନ୍ଦ୍ର ବିଶେଷ କରି ପୂର୍ଣ୍ଣିମା ରାତିରେ ନୀଳ ହୋଇଯାଇଥାଏ । ତେଣୁ ଏହାର ନାମ “ବ୍ଲୁ ମୁନ” ରଖାଯାଇଛି ।

ଏଥିମଧ୍ୟରେ ନୀଳ ଚନ୍ଦ୍ରମା କହିବାର ଅର୍ଥ ହେଲା ଚନ୍ଦ୍ରର ରଙ୍ଗ ନୀଳ ହେବ ନାହିଁ । ବରଂ ଚନ୍ଦ୍ରର ଆଲୋକ ରଶ୍ମି ନୀଳ ରଙ୍ଗର ହୋଇଥାଏ । ବାୟୁରେ ଚନ୍ଦ୍ରଙ୍କ ପାଣି ବୁନ୍ଦା ଏକ ବିଶେଷ ପ୍ରକାର ରଙ୍ଗ ଧାରଣ କରିଥାଏ । ଏହାର ରଙ୍ଗ ନୀଳ ରଙ୍ଗର । ଏହି ଘଟଣା ସବୁବେଳେ ଘଟିନଥାଏ । ବାୟୁରେ ଜଳ ବୁନ୍ଦା, କିଛି ବିଶେଷ ପ୍ରକାରର ବାଦଲ, ଆଗ୍ନେୟଗିରି ପାଉଁଶ ଏବଂ ବାୟୁମଣ୍ଡଳରେ ଧୂଆଁ କଣିକା ଭଳି ପ୍ରାକୃତିକ ବିପର୍ୟ୍ୟୟ ହେତୁ ଏହା ହୋଇପାରେ । ଏହା ଏକ ଅତ୍ୟନ୍ତ ବିରଳ ଘଟଣା ।

ନାସାଙ୍କ କହିବା ଅନୁଯାୟୀ, ୧୮୮୩ ମସିହାରେ କ୍ରୋକାଟୋଆ ନାମକ ଇଣ୍ଡୋନେସିଆ ଜ୍ୱାଳାମୁଖିରେ ବିସ୍ପୋଟକ ହେବା ପରେ ବର୍ଷ ଯାଏଁ ନୀଳ ରଙ୍ଗର ଚନ୍ଦ୍ର ଦେଖାଦେଇଥିଲେ । କିନ୍ତୁ ପ୍ରକୃତରେ ଏହା ଜହ୍ନର ଏକ ଆଲୋକ ରଶ୍ମି, ଯାହା ପାଣି ଆକାରରେ ଧରା ପୃଷ୍ଠରେ ପଡ଼ିଥାଏ । ଏହାର ରଙ୍ଗ ନୀଳ ରଙ୍ଗର ହୋଇଥାଏ ।

Get real time updates directly on you device, subscribe now.