fbpx

ସାପକୁ ରାଖୀ ବାନ୍ଧିଥାନ୍ତା ଭଉଣୀ; ଚୋଟରେ ଗଲା ଭାଇର ପ୍ରାଣ

ନୂଆଦିଲ୍ଲୀ: ରାଖୀ ପୂର୍ଣ୍ଣିମାରେ ବିହାରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଭଉଣୀ ସାପ ଦେହରେ ରାଖୀ ବାନ୍ଧିଥାନ୍ତା, ମାତ୍ର ସାପ ଚୋଟ ନେଇ ଯାଇଛି ଭାଇର ପ୍ରାଣ। ଭଉଣୀ ରାଖୀ ବାନ୍ଧିବା ପୂର୍ବରୁ ସାପକୁ ହାତରେ ଧରି ତିଳକ ଲଗାଇଥିଲା ଭାଇ। ତିଳକ ସମୟରେ ସାପଟି ଗୋଡ଼କୁ କାମୁଡ଼ି ଦେଇଥିଲା। ଏହି ଘଟଣାରେ ୨୫ ବର୍ଷୀୟ ଯୁବକ ପ୍ରାଣ ହରାଇଛି।

 

ଘଟଣାଟି ଘଟିଛି ବିହାରର ଶରଣ ଅଞ୍ଚଳରେ। ୨୫ ବର୍ଷୀୟ ଯୁବକ ମନମୋହନ ଦୁଇଟି ସାପକୁ ଏକ ସାଙ୍ଗରେ ଧରି ତିଳକ ଲଗାଇଥିଲା। ଏହି ସମୟରେ ଗୋଟିଏ ସାପ ମନମୋହନର ପାଦକୁ କାମୁଡ଼ି ଦେଇଥିଲା।ଉକ୍ତ ଘଟଣାର ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗଛି। ମନମୋହନ ଜଣେ ସାପ ଧରାଳି ଭାବେ କାମ କରନ୍ତି ଏବଂ ସାପ କାମୁଡାର ଚିକିତ୍ସା କରନ୍ତି। ତାଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ପ୍ରାଣହାନି ଘଟିଥିଲା।

Get real time updates directly on you device, subscribe now.