fbpx

କାବୁଲ ଏୟାରପୋର୍ଟର ଦୁର୍ଦ୍ଦଶା: ପାଣି ବୋତଲ ୩୦୦୦ ତ’ ଭାତ ଥାଳି ୭୫୦୦ ଟଙ୍କା

କାବୁଲ: ତାଲିବାନର ଆତଙ୍କରୁ ବଞ୍ଚିବାପାଇଁ ଆଫଗାନିସ୍ତାନ ଛାଡିବା ଆଶାରେ ଲୋକମାନେ କାବୁଲ ଏୟାରପୋର୍ଟରେ ଭୋକ-ଶୋଷରେ ମରୁଛନ୍ତି । ବିମାନବନ୍ଦର ବାହାରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ଦାମ୍ ଅନେକ ଗୁଣା ବଢ଼ିଯାଇଛି । କେବଳ ଏତିକି ନୁହେଁ, ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦାବି କରୁଛନ୍ତି । ଯଦିଓ ଆମେରିକା ଓ ବ୍ରିଟିଶ ସୈନିକମାନେ ଆଫଗାନିଙ୍କୁ ସାହାଯ୍ୟ କରୁଛନ୍ତି, କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖାଦ୍ୟ ଓ ପାନୀୟ ଦେବା କଷ୍ଟକର ହୋଇଛି ।

ତେବେ କାବୁଲ ବିମାନବନ୍ଦର ବାହାରେ ପାଣିର ଗୋଟିଏ ବୋତଲ ୪୦ ଡଲାର ବା ପାଖାପାଖି ୩୦୦୦ ଟଙ୍କାରେ ବିକ୍ରି ହେଉଛି । ଏହା ସହ ଗୋଟିଏ ପ୍ଲେଟ ଭାତ ଥାଳିର ମୂଳ୍ୟ ୧୦୦ ଡଲାରକୁ ବୃଦ୍ଧି ପାଇଛି, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭,୫୦୦ ଟଙ୍କା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଦୋକାନୀମାନେ ଆଫଗାନିସ୍ତାନର ମୁଦ୍ରା ବଦଳରେ ଡଲାର ଦେବାକୁ ଦାବି କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ତାଲିବାନ ଡରରେ ଆଫଗାନିସ୍ତାନ ଛାଡିବାକୁ ଶହ ଶହ ଲୋକେ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି । ଖାଇବା-ପିଇବା ଠିକ୍ ନଥିବାରୁ ସେମାନଙ୍କ ଅବସ୍ଥା ବି ଖରାପ ହେବାରେ ଲାଗିଛି । ଏହି କାରଣରୁ ସେମାନେ ଚେତାଶୂନ୍ୟ ହୋଇ ପଡୁଛନ୍ତି । ଏହା ପରେ ବି ତାଲିବାନ ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମାରପିଟ୍ କରୁଛି । ଏଭଳି ଅସୁବିଧା ସମୟରେ ଆମେରିକା ଓ ବ୍ରିଟିଶ ସେନା ଆଫଗାନିଙ୍କ ସାହାଯ୍ୟ କରୁଛନ୍ତି । ଏୟାରପୋର୍ଟ ପାଖରେ ଥିବା ଲୋକଙ୍କୁ ପାଣିର ବୋତଲ ଦେଉଛନ୍ତି ଓ ଛୋଟ ପିଲାଙ୍କୁ ଚିପ୍ସ ପ୍ୟାକେଟ ଦେଉଥିବା ଦେଖିବାକୁ ମିଳିଛି । ତେବେ ତାଲିବାନର ଆତଙ୍କ ଯୋଗୁଁ ବିଶେଷକରି ମହିଳା ଏବଂ ଶିଶୁମାନେ ଅଧିକ ହଇରାଣ ହେଉଛନ୍ତି ।

Get real time updates directly on you device, subscribe now.