ମାଡିଆସିଲା କି ତୃତୀୟ ଲହର? ଦେଶରେ ୨୩% ବଢ଼ିଲା ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୨୩ ପ୍ରତିଶତ ବଢ଼ିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୧୬୪ ଜଣ ନୂଆ କରୋନ।। ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୫୮ ହଜାର ୫୩୦କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୨୪ ଘଣ୍ଟାରେ ୬୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହି କ୍ରମରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୬ ହଜାର ୩୬୫ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୫ ଥିବା ବେଳେ ୩ କୋଟି ୧୭ ଲକ୍ଷ ୮୮ ହଜାର ୪୪୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ୬୦ କୋଟି ୩୮ ଲକ୍ଷ ୪୬ ହଜାର ୪୭୫ ଜଣଙ୍କୁ ଟିକା ଦିଆସରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।