ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଭାଜିଆବାଦରେ ଜଣେ ମହିଳା ବାହାଘରର ମାତ୍ର କିଛି ମାସ ପରେ ମା ହୋଇଛନ୍ତି । ଆରମ୍ଭରୁ ପତ୍ନୀଙ୍କ ପେଟରେ କିଛି ପରିବର୍ତ୍ତନ ଦେଖି ସ୍ୱାମୀ ପ୍ରଶ୍ନ କରିଥିଲେ, କିନ୍ତୁ ଗ୍ୟାସରେ ପେଟ ଫୁଲିଯାଇଛି ବୋଲି ପତ୍ନୀ ଉତ୍ତର ଦେଇଥିଲେ । କିନ୍ତୁ ଅଲଟାସାଉଣ୍ଡରେ ଖୋଲିଗଲା ମହିଲାଙ୍କ ପୋଲ୍ । ସବୁ ଘଟଣା ସାମ୍ନାକୁ ଆସିବା ପରେ ସ୍ୱାମୀ କୋର୍ଟରେ ପହଞ୍ଚି ନିଜ ପତ୍ନୀ ଓ ତାଙ୍କ ପରିବାର ବିରୋଧରେ ଧୋକାଦେଇଥିବା ଅଭିଯୋଗ କରିଛନ୍ତି ।
ରିପୋର୍ଟ ମୁତାବକ, ୧୮ ମାର୍ଚ୍ଚରେ ଲୋହିୟାନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ମୋହନ ନଜର ବାସିନ୍ଦା ଜଣେ ଯୁବକଙ୍କ ସହ ହୋଇଥିଲା । ବାହାଘରର କିଛି ଦିନ ପରେ ଯୁବତୀଙ୍କ ପେଟ ଫୁଲିବାରେ ଲାଗିଥିଲା । ସ୍ୱାମୀ ପଚାରିବାରୁ ସବୁବେଳେ ଗ୍ୟାସ ସମସ୍ୟା କହି ଏଡ଼ାଇଦେଉଥିଲେ ପତ୍ନୀ । ସ୍ୱାମୀ ବି କିଛି ଦିନ ପର୍ଯ୍ୟନ୍ତ ଏହି ମାମଲାକୁ ଏତେ ଧ୍ୟାନ ଦେଉନଥିଲେ ।
ମହିଳା ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ବାହାଘରର ଗୋଟିଏ ମାସ ପରେ ପତ୍ନୀ ଗର୍ଭବତୀ ହୋଇଥିବା ସ୍ୱାମୀଙ୍କୁ କହିଥିଲେ । ଏଥିରେ ସ୍ୱାମୀ ବି ଖୁସି ହୋଇଥିଲେ ଓ କରୋନାର ଦ୍ୱିତୀୟ ଲହର ଯୋଗୁଁ ଡାକ୍ତରଙ୍କ ସହ ଭିଡିଓ କଲରେ ସମସ୍ୟା କହି ମେଡିସିନ୍ ଆଣି ଦେଇଥିଲେ । ଏହାରି ମଧ୍ୟରେ ୨୫ ଜୁନରେ ଚେକଅପ୍ ପାଇଁ ଡାକ୍ତର କ୍ଲିନିକକୁ ଡକାଇଥିଲା ଓ ସେଠାରେ ପୋଲ୍ ଖୋଲିଗଲା ।
ଡାକ୍ତର କହିଥିଲେ ଯେ, ଶିଶୁ ୮ ମାସର ହୋଇଛି ଓ କୌଣସି ମୁହୂର୍ତ୍ତରେ ପ୍ରସବ ହୋଇପାରେ । ବାହାଘରକୁ ମାତ୍ର ୩ ମାସ ହୋଇଥିବା ବେଳେ ୮ ମାସର ଶିଶୁକୁ ନେଇ ସ୍ୱାମୀ ହଙ୍ଗାମା ଆରମ୍ଭ କରିଥିଲେ । ସେପଟେ ଶାଶୂ-ଶଶୂର ନିଜ ଝିଅକୁ ଘରକୁ ନେଇଗଲେ । ୨୬ ଜୁନରେ ମହିଳା ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । କିନ୍ତୁ ସ୍ୱାମୀଙ୍କ ଅଭିଯୋଗ କି ତାଙ୍କ ସହ ଧୋକା ହୋଇଛି । ନ୍ୟାୟ ପାଇଁ ସ୍ୱାମୀ କୋର୍ଟରେ ହାଜିର ପହଞ୍ଚିଥିବା ବେଳେ ପତ୍ନୀ ଡିପ୍ରେସନକୁ ଚାଲିଯାଇଛନ୍ତି ।