fbpx

ଶସ୍ତା ହୋଇଗଲା ସୁନା-ରୂପା, ରେଟ୍ ଜାଣିବାକୁ ଏହି ନମ୍ବରକୁ କରନ୍ତୁ କଲ୍

ନୂଆଦିଲ୍ଲୀ: ସୁନା-ରୂପା ଦାମରେ ଲାଗାତାର ରେଟ୍ ହ୍ରାସ ପାଇବାରେ ଲାଗିଛି । ଆଜି ସୁନା ରେଟରେ ଜବରଦସ୍ତ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଇଣ୍ଡିଆନ୍ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଅନୁସାରେ, ୯୯୯ ଶୁଦ୍ଧତା ଥିବା ସୁନାର ଦାମରେ ୧୫୪ ଟଙ୍କା ହ୍ରାସ ପାଇଛି । ଫଳରେ ସୁନା ଦର ୧୦ ଗ୍ରାମ ପିଛା ୪୭,୨୯୪ ଟଙ୍କାକୁ ଖସିଆସିଛି । ବୁଧବାର ଦିନ ସୁନା ଦାମ୍ ୧୦ ଗ୍ରାମ ପିଛା ୪୭,୪୪୮ ଟଙ୍କା ହୋଇଥିଲା ।

ସେହିପରି ଗତକିଛି ଦିନ ହେବ ରୂପା ଦର ହ୍ରାସ ପାଇବାରେ ଲାଗିଛି । ୭୬ ଟଙ୍କା ହ୍ରାସ ପାଇ ୯୯୯ ଶୁଦ୍ଧତା ଥିବା ରୂପାର ଦାମ୍ କିଲୋଗ୍ରାମ ପ୍ରତି ୬୩,୩୦୬ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ବୁଧବାର ଦିନ ଏହାର ଦାମ୍ କିଲୋଗ୍ରାମ ପିଛା ୬୩,୩୮୨ ଟଙ୍କା ହୋଇଥିଲା ।

ଯଦି ଆପଣ ଆଜି ସୁନା-ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ୨୪ କ୍ୟାରେଟ୍ ସୁନା ଦର ଏକ ଗ୍ରାମ ପିଛା ୪୭୨୯.୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନାର ଦର ଏକ ଗ୍ରାମ ପିଛା ୪୩୩୨.୦୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ସୁନା ଦାମ ଜାଣିବା ପାଇଁ ୮୯୫୫୬୬୪୪୩୩କୁ ମିସଡ କଲ୍ ଦେଇପାରିବେ । କିଛି ସମୟ ପରେ ଆପଣଙ୍କୁ ମେସେଜ୍ ଜରିଆରେ ରେଟ୍ ମିଳିଯିବ । ଏହା ବ୍ୟତୀତ ଆପଣ ଲଗାତାର ଅପଡେଟ୍ ଜାଣିବାକୁ ପାଇଁ http://www.ibja.co ଫଲୋ କରନ୍ତୁ ।

Get real time updates directly on you device, subscribe now.