fbpx

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି- ‘ମନ୍ତ୍ରୀ-ବିଧାୟକଙ୍କ ହେବ ଆଣ୍ଟିବଡି ଟେଷ୍ଟ, କଟକଣାରେ ଚାଲିବ ମୌସୁମୀ ଅଧିବେଶନ’

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନ ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସର୍ବଦଳୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବିଜେଡି ବିଧାୟକ ପ୍ରଣବ ଦାସ ଓ ଦେବୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ନିଷ୍ପତ୍ତି ମୁତାବକ, ୨ଟି ପର୍ଯ୍ୟାୟରେ ବିଧାନସଭା ଅଧିବେଶନ ଚାଲିବ । ପୂର୍ବାହ୍ନ ୧୦ଟା ୩୦ରୁ ଗୋଟିଏ ଯାଏଁ ପ୍ରଥମ ଅଧିବେଶନ ଚାଲିବ ।

ସେହିପରି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଦ୍ୱିତୀୟ ଅଧିବେଶନ । ମୌସୁମୀ ଅଧିବେଶନରେ ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ । କୋଭିଡ କଟକଣାରେ ଚାଲିବ ମୌସୁମୀ ଅଧିବେଶନ । ତେବେ ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ଏଥର ୮ଟି କାର୍ଯ୍ୟଦିବସ ରହିଛି । ଏହା ସହ ବିଧାନସଭା ପରିସରରେ ସବୁ ମନ୍ତ୍ରୀ ଓ ବିଧାୟକଙ୍କ ଆଣ୍ଟିବଡି ଟେଷ୍ଟ ହେବ । ଯେଉଁ ଦିନ ଆରଟିପିସିଆର ଟେଷ୍ଟ ସେହିଦିନ ଆଣ୍ଟିବଡି ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Get real time updates directly on you device, subscribe now.