fbpx

ଘଣ୍ଟା ଘଣ୍ଟା ଧରି ସମ୍ଭୋଗ ଶୈଳୀରେ ଛିଡା କରୁଥିଲେ POP STAR; ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଆମେରିକୀୟ ପପ ଷ୍ଟାର ଆର କେଲୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ । କେଲୀ ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଏହି ଯୁବତୀ । ସେକ୍ସ କରିବା ସହିତ ଘଣ୍ଟା ଘଣ୍ଟା ଧରି ସମ୍ଭୋଗ ଶୈଳୀରେ ଛିଡା ହେବା ପାଇଁ କେଲୀ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି । ୧୯୯୯ ମସିହାରେ ଏହି ଯୁବତୀଙ୍କୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ କେଲୀ ତାଙ୍କ ସହିତ ଏମିତି ବ୍ୟବହାର କରିଥିଲେ ବୋଲି ନିଜ ବୟାନରେ ଯୁବତୀ ଜଣକ କହିଛନ୍ତି ।

କେଲୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ ତୃତୀୟ ମହିଳା ଭାବରେ ବୟାନ ଦେଇଛନ୍ତି ଏହି ଯୁବତୀ । ୧୯୯୯ରେ ଏହି ଘଟଣା ଆରମ୍ଭ ହୋଇଥିଲା । କେଲୀଙ୍କ ସହିତ ସମ୍ପର୍କ କାଳରେ ତାଙ୍କୁ ଏଭଳି ପରସ୍ଥିତିକର ସାମ୍ନା କରିବାକୁ ପଡୁଥିଲା । ୬ ମାସର ନିର୍ଯାତନା ପରେ ସେ ଏହି ସମ୍ପର୍କ ତୁଟାଇଥିଲେ ବୋଲି ବ୍ରୁକଲିନ ଫେଡେରାଲ କୋର୍ଟରେ ନିଜ ବୟାନରେ କହିଛନ୍ତି ଏହି ମହିଳା । କେଲୀ ତାଙ୍କ ଷ୍ଟୁଡିଓରେ ଘଣ୍ଟା ଘଣ୍ଟା ଧରି ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି କହିଛନ୍ତି ମହିଳା ଜଣକ ।

Get real time updates directly on you device, subscribe now.