fbpx

ଏହି ତାରିଖରୁ ଖୋଲିବ ଗୁପ୍ତେଶ୍ୱର ମନ୍ଦିର; ଗାଇଡ ଲାଇନ ଜାରି କଲା ପ୍ରଶାସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରଦ୍ଧାଳୁଙ୍କ ଦାବିକୁ ଧ୍ୟାନରେ ରଖି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ମଧ୍ୟରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱରକୁ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଗୁପ୍ତେଶ୍ୱର ମନ୍ଦିର ଖୋଲାଯିବ ବୋଲି ଜଣାପଡିଛି ।

ମନ୍ଦିର ମଧ୍ୟରେ ଏକକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ମନ୍ଦିର ପରିସରରେ ଭୋଗ ଲଗାଇବା କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । କଟକଣା ଉଲ୍ଲଂଘନ କଲେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହିତ ମାସ୍କ ଓ ସାମାଜିକ ଦୂରତ୍ୱ ବାଧ୍ୟତା ମୂଳକ ରଖାଯାଇଛି ।

Get real time updates directly on you device, subscribe now.