fbpx

ରନର ପାହାଡ଼ ପଛରେ ଭାରତ; ପୂଜାରା ଓ ରୋହିତଙ୍କ ଲଢୁଆ ବ୍ୟାଟିଂ

ନୂଆଦିଲ୍ଲୀ: ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ ହୋଇଥିବା ଭାରତ ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଥିଲେ ହେଁ ଏବେବି ରନର ପାହାଡ ପଛରେ ରହିଛି । ଭାରତ ହାତରେ ୮ ୱିକେଟ ବାକି ରହିଥିବା ବେଳେ ଦଳ ୧୬୮ ରନରେ ପଛୁଆ ରହିଛି । ୩୫୪ ରନ୍ ପଛୁଆ ରହିଥିବା ଭାରତ ଖବର ପ୍ରସ୍ତୁତି ସୁଦ୍ଧା ୨ ୱିକେଟ ହରାଇ ୧୮୬ ରନ୍ ସଂଗ୍ରହ କରିଛି । ପୂଜାରା ୭୭ ଓ କୋହଲି ୩୩ ରନରେ ବ୍ୟାଟିଂ କରୁଛନ୍ତି ।

୩୫୪ ରନ୍ ପଛୁଆ ରହିଥିବା ଭାରତ ପକ୍ଷରୁ ଦୁଇ ଓପନର କେ ଏଲ ରାହୁଲ ଓ ରୋହିତ ଶର୍ମା ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ । ୧୯ ଓଭରରେ ୩୪ ରନ ଯୋଡିଥିବା ବେଳେ ଲଞ୍ଚର ଠିକ୍ ପୂର୍ବରୁ ଆଉଟ ହୋଇଥିଲେ ରାହୁଲ(୮) । ତେବେ ଦ୍ୱିତୀୟ ୱିକେଟରେ ଚମକ୍ରାର ବ୍ୟାଟିଂ କରିଥିଲେ ପୂଜାରା ଏବଂ ରୋହିତ ଶର୍ମା । ରୋହିତ ଚମକ୍ରାର ଧୈର୍ଯ୍ୟର ପରିଚୟ ଦେଇ ୧୫୬ ବଲରୁ ୫୯ ରନ୍ କରିଥିଲେ । ରୋହିତଙ୍କ ଇନିଂସରେ ୭ ଚୌକା ଓ ୧ ଛକା ସାମିଲ ଥିଲା । ପୂଜାରା ସାମାନ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୫୬ ବଲରୁ ୧୩ ଚୌକା ସହିତ ୭୭ ରନରେ ବ୍ୟାଟିଂ କରୁଛନ୍ତି । କୋହଲି ୫ ଚୌକା ସହିତ ୩୩ ରନରେ କ୍ରିଜରେ ଉପସ୍ଥିତ ଅଛନ୍ତି । ଇଂଲଣ୍ଡ ପକ୍ଷରୁ କ୍ରିସ ଏଭରଟନ ଏବଂ ଓଲି ରବିନସନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.