fbpx

ମହୀଶୁର୍ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା, ୫ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ମହିଶୁରରେ ଛାତ୍ରୀଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସ୍ କୁ ବଡ଼ ସଫଳତା । ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍ ହାତରେ ଆଜି ୫ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ସେମାନଙ୍କୁ ଗିରଫ କରାଯାଇଛି । ଏନେଇ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ୍ କହିଛନ୍ତି ଯେ, ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ସବୁ ଅଭିଯୁକ୍ତ ତାମିଲନାଡ଼ୁର ତିରୁପୁର ଜିଲ୍ଲାରେ ଦିନ ମଜୁରିଆ ଭାବରେ କାମ କରନ୍ତି ।

ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରଜ ଏସ୍ ବୋମ୍ମଇ କହିଥିଲେ ଯେ, ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଧରିବ ଏବଂ କଠୋର ଦଣ୍ଡ ଦିଆଯିବ । ଏହି ମାମଲାକୁ କର୍ଣ୍ଣାଟକ ପୋଲିସ୍ ମହାନିର୍ଦ୍ଦେଶକ ଏବଂ ପୋଲିସ୍ ମହାନୀରିକ୍ଷକ ଯାଞ୍ଚ କରୁଥିଲେ ।

ସୁଚନାଯୋଗ୍ୟ, ମହୀଶୁରରେ ଅଗଷ୍ଟ ୨୪ ତାରିଖରେ ଜଣେ ଛାତ୍ରୀଙ୍କୁ ସହରର ବାହାରେ ଦୁଷ୍କର୍ମ କରାଯାଇଥିଲା । ପୋଲିସ୍ ସୁତ୍ରରୁ ଜଣାପଡ଼ିଥିଲା ଯେ, ଯୁବତୀଙ୍କ ସହ ଥିବା ତାଙ୍କର ପୁରୁଷ ବନ୍ଧୁଙ୍କୁ ମଧ୍ୟ ଅଭିଯୁକ୍ତ ମାନେ ମାରପିଟ୍ କରିଛନ୍ତି । ଦୁଷ୍କର୍ମ ସମୟର ଭିଡିଓ କରି ତାକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପାଇଁ ମଧ୍ୟ ସେମାନେ ପୁରୁଷ ବନ୍ଧୁଙ୍କୁ ଧମକ ଦେଇଥିଲେ ଏବଂ ତାଙ୍କୁ ୩ ଲକ୍ଷ ଟଙ୍କା ମାଗିଥିଲେ ।

Get real time updates directly on you device, subscribe now.