fbpx

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୀବନରେ ମାରି ଦେବାକୁ ଧମକ, ପ୍ରଫେସରଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା

କୋଲକାତା : ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେବା ଜଣେ ପ୍ରଫେସରଙ୍କୁ ମହଙ୍ଗା ପଡିଛି । କଲିକତା ବିଶ୍ୱ ବିଦ୍ୟାଳୟର ଏହି ପ୍ରଫେସରଙ୍କ ବିରୋଧରେ ପୋଲିସ ହତ୍ୟା ଧମକ ଦେବା ଅଭିଯୋଗରେ ସଙ୍ଗୀନ ଦଫ।। ରୁଜୁ କରିଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲା ପିଏଚଡି କରୁଥିବା ତମାଲ ଦତ୍ତାଙ୍କ ଅଭିଯୋଗ ଆଧାରରେ ହରେ ଷ୍ଟ୍ରିଟ୍ ପୋଲିସ ଥାନା ଜୀବ ବିଜ୍ଞାନ ବିଭାଗର ପ୍ରଫେସର ଅରିନ୍ଦମ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ପୋଲିସ ଯୁଗ୍ମ କମିଶନର ମୁରଲୀଧର ଶର୍ମା କହିଛନ୍ତି, ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନର ଧାରା ୫୦୫(୧ବି)(ଜନତାଙ୍କୁ ଧମକ ଦେବା), ୫୦୬(ଜୀବନରେ ମାରିବାକୁ ଧମକ ଦେବା), ୧୨୦ବି (ଅପରାଧିକ ଷଡଯନ୍ତ୍ର) ଆଧାରରେ ମାମଲା ରୁଜୁ କରାଯାଇଛି । ସଂପ୍ରତି ପ୍ରଫେସରଙ୍କୁ ଗିରଫ କରାଯାଇ ନାହିଁ । ଅନ୍ୟପଟେ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ପ୍ରକାରର ଟିପ୍ପଣୀ କରି ନାହାନ୍ତି । ଅଭିଯୋଗକାରୀ ତୃଣମୂଳ କଂଗ୍ରେସର ସମର୍ଥକ । ମୁଁ ପୋଲିସର ପଦକ୍ଷେପକୁ ଅପେକ୍ଷା କରିିଛି ଏବଂ ଏହା ପରେ ହିଁ ଆଇନଗତ ପରାମର୍ଶ ଲୋଡିବି ବୋଲି ପ୍ରଫେସର ଭଟ୍ଟାଚାର୍ଯ୍ୟ କହିଛନ୍ତି ।

ତୃଣମୂଳ କଂଗ୍ରେସ ସମର୍ଥିତ ପଶ୍ଚିମବଙ୍ଗ କଲେଜ ଏବଂ ବିଶ୍ୱ ବିଦ୍ୟାଳୟର ପ୍ରଫେସର ସଂଗଠନ ଭଟ୍ଟାଚାର୍ଯ୍ୟଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନିନ୍ଦା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ୨୦୧୨ ଏପ୍ରିଲରେ ଯାଦବପୁର ବିଶ୍ୱ ବିଦ୍ୟାଳୟର ରସାୟନ ଶାସ୍ତ୍ର ପ୍ରଫେସର ଅମ୍ବିକେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରିହାସ ଛଳରେ ଏକ କାର୍ଟୁନ ଲୋକଙ୍କୁ ପଠାଇବା ଅଭିଯୋଗରେ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.