fbpx

ପୁଅ ପାଖରେ ଥିଲା ପର୍ଣ୍ଣ ଫିଲ୍ମର ବଡ଼ କଲେକ୍ସନ୍, ଫିଙ୍ଗିଦେବାରୁ ବାପା-ମାଆଙ୍କୁ ମିଳିଲା ଏପରି ସଜ୍ଜା

ୱାଶିଂଟନ୍: ପୁଅ ପାଖରେ ଥିଲା ପର୍ଣ୍ଣ ଫିଲ୍ମର ବଡ଼ କଲେକ୍ସନ୍ । ହେଲେ ମାଆ ବାପା ପୁଅକୁ ଏସବୁ ଦେଖିବାକୁ ରୋକିବାକୁ ଯାଇ ପର୍ଣ୍ଣ ଫିଲ୍ମ କଲେକ୍ସନ୍ କୁ ଫିଙ୍ଗିଦେଇଥିଲେ । ତେଣୁ ଏହାକୁ ନେଇ କୋର୍ଟ ମାଆ ବାପାଙ୍କୁ ସଜ୍ଜା ଦେଇଛି । ଏପରି ଏକ ଖବର ଆସିଛି ଆମେରିକାର ମିଚିଗାନ୍ ରାଜ୍ୟରୁ । କୋର୍ଟ ସଜ୍ଜା ମୁତାବକ ମାଆବାପାଙ୍କ ଉପରେ ୩୦ ହଜାର ୪୧୧ ଡଲାର୍ ଅର୍ଥାତ୍ ୨୨ ଲକ୍ଷ ୩୭ ହଜାର ୩୧୬ ଟଙ୍କା ଜୋରିମାନା ଲଗାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଡେଭିଡ୍ ରେକିଂ ୟୁଏସ୍ ର ଜିଲ୍ଲା କୋର୍ଟରେ ନିଜ ମାଆବାପାଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ପୁଅର ଅଭିଯୋଗ ମୁତାବକ, ତାର ୨୯ ହଜାର ଡଲାର୍ ଅର୍ଥାତ୍ ୨୧ ଲକ୍ଷ ୩୧ ହଜାର ୪୦୭ ଟଙ୍କାର ପର୍ଣ୍ଣ ଫିଲ୍ମର କଲେକ୍ସନ୍ କୁ ବାପା ମାଆ ଫିଙ୍ଗି ଦେଇଥିଲେ । ତେବେ ଡେଭିଡ୍ ନିଜ ପତ୍ନୀଙ୍କ ଠାରୁ ଛାଡପତ୍ର ନେବା ପରେ ଇଣ୍ଡିଆନା ସିଫ୍ଟ ହେବା ପୂର୍ବରୁ ବାପା ମାଆଙ୍କ ପାଖରେ ପ୍ରାୟ ୧୦ ମାସ ରହିଥିଲା ।

ଏହାପରେ ସେ ଯେବେ ସିଫ୍ଟ ହୋଇଥିଲା ସେତେବେଳେ ସେ ଦେଖିବାକୁ ପାଇଥିଲା ଯେ, ତାର ପର୍ଣ୍ଣ ଫିଲ୍ମର କଲେକ୍ସନ୍ କେଉଁଠି ହଜିଯାଇଛି । ବହୁତ ଖୋଜିବା ପରେ ସେ ପାଇନଥିଲା । ଏହାର କିଛି ଦିନ ପରେ ଡେଭିଡ୍ ର ବାପା ତା ପାଖକୁ ଏକ ମେଲ୍ କରିଥିଲେ । ସେଥିରେ ଲେଖାଥିଲା, “ମୁଁ ତୁମ ପାଇଁ ଏକ ବଡ଼ କାମ କରିଛି । ପର୍ଣ୍ଣ ଫିଲ୍ମ ଠାରୁ ମୁଁ ତୁମକୁ ମୁକ୍ତି ଦେଇଛି” । କୋର୍ଟ ଏନେଇ ଶୁଣାଣି କରିବା ସମୟରେ କହିଥିଲେ ଯେ, ଡେଭିଡ୍ ର ସମ୍ପତି ଫିଙ୍ଗିଦିଆଯାଇଛି । ତେଣୁ ଜୋରିମାନା ଲଗାଯାଇଛି ।

 

Get real time updates directly on you device, subscribe now.