fbpx
BSKY
BJD MC SKY
BJD YOUTH SKY

ଏହି ଗାଁରେ ରହିଛନ୍ତି ୪୦୦ରୁ ଅଧିକ ଯାଆଁଳା ଶିଶୁ, ରହସ୍ୟ ଉପରୁ ପରଦା ଉଠାଇ ପାରୁନାହାନ୍ତି ବିଶେଷଜ୍ଞ

ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆରେ ଅନେକ ପ୍ରକାରର ଅଜବ-ଗଜବ ଘଟଣା ଘଟିଥାଏ ଯାହା ଆମକୁ ତାଜୁବ୍ କରିଥାଏ । ଏସବୁ ଏତେ ପରିମାଣରେ ଆଶ୍ଚର୍ଯ୍ୟକର ହୋଇଥାଏ ଯେ, ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏହି କ୍ରମରେ ଆଜି ଆମେ ଏମିତି ଏକ ସ୍ଥାନ ସମ୍ପର୍କରେ ଜାଣିବା ଯାହା କେଉଁ ରହସ୍ୟଠାରୁ କମ୍ ନୁହେଁ । ଆଜି ଯେଉଁ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ ସେଠାରେ ଅଧିକାଂଶ ଶିଶୁ ଯାଆଁଳା ଜନ୍ମ ହୋଇଥାନ୍ତି । ତେବେ ଏହି ସ୍ଥାନ ଭାରତର କେରଳ ରାଜ୍ୟରେ ଥିବା ମଲପ୍ପୁରମ୍ ଜିଲ୍ଲାର କୋଡିହ୍ନୀ ଗାଁରେ ଅବସ୍ଥିତ ।

ଏହି ଗାଁର ଚର୍ଚ୍ଚା ଦେଶ ବିଦେଶରେ ଜାରି ରହିଛି । ଏଠାରେ ଅଧିକାଂଶ ଲୋକ ଠାରୁ ଆରମ୍ଭ କରି ଶିଶୁ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ଯାଆଁଳା ଜନ୍ମ ହୋଇଥାନ୍ତି । ଅନେକ ଦୂରଦୂରାନ୍ତରୁ ଏହି ଗାଁକୁ ଲୋକ ମାନେ ବୁଲିବା ପାଇଁ ଆସିଥାନ୍ତି । ତେବେ ଏହାର କାରଣ ଜାଣିବା ଅନେକ ବିଶେଷଜ୍ଞ ଏଠାକୁ ଆସିଛନ୍ତି । ହେଲେ ସେମାନେ ଏହା ପଛର ରହସ୍ୟ ଜାଣିବାରେ ପୂର୍ଣ୍ଣ ରୂପରେ ଜଣାପଡ଼ିନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ଗାଁ ସମ୍ପର୍କରେ ଅଧିକ କିଛି ।

ଏଠାକାର ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ, ଗାଁ ଉପରେ ଇଶ୍ୱରଙ୍କ କୃପା ରହିଛି । ଯେଉଁଥିପାଇଁ ଏଠାରେ ଅଧିକ ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି । ଗତ ୫୦ ବର୍ଷ ମଧ୍ୟରେ ଏହି ଗାଁ ପାଖାପାଖି ୩୦୦ରୁ ଅଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । କୁହାଯାଏ ଏଠାରେ ୪୦୦ ଜଣ ଯାଆଁଳା ଲୋକ ରୁହନ୍ତି । ତେବେ ଏଠାରେ ଏତେ ସଂଖ୍ୟକ ଯାଆଁଳା ଲୋକ ଆସିଲେ କେଉଁଠୁ ? ଏହାର ଅନୁସନ୍ଧାନ କରିବା ପାଇଁ ୨୦୧୬ରେ ଏକ ବିଶେଷଜ୍ଞ ଟିମ୍ ଏଠାକୁ ଆସିଥିଲେ । ସେମାନେ କିଛି ଯାଆଁଳା ଲୋକଙ୍କ ଠାରୁ ସାମ୍ପଲ୍ ସଂଗ୍ରହ କରିଥିଲେ ।

ତେବେ ଏହି ରିସର୍ଚ୍ଚ ପରେ ବି କୌଣସି ନିଷ୍କର୍ସ ବାହାରି ପାରିଲାନାହିଁ । କିଛି ଲୋକ ଏହା ବି କୁହନ୍ତି ଯେ, ଏଠାକାର ପାଣିପବନରେ ସେମିତି କିଛି ରହିଛି ଯେଉଁଥିପାଇଁ ଯାଆଁଳା ଜନ୍ମ ହେଉଛନ୍ତି ।

Get real time updates directly on you device, subscribe now.