fbpx

ବାହାଘରକୁ ଆସିଲେନି ଅତିଥି; ୧୭ ହଜାର ଟଙ୍କାର ନୋଟିସ ପଠାଇଲା କନ୍ୟା

ନୂଆଦିଲ୍ଲୀ: ବାହାଘର ଏମିତି ଏକ କାର୍ଯ୍ୟ ଯେଉଁଥିରେ ହଜାର ହଜାର ଟଙ୍କାର ଖାଦ୍ୟ ଅପଚୟ ହୋଇଥାଏ । ବିବାହର ଆୟୋଜନ କାଠିକର ପାଠ ହୋଇଥାଏ । ଖାଇବା ଖରାପ ହୋଇଥିଲେ ଅପନିନ୍ଦା ଶୁଣିବାକୁ ମିଳୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଅତିଥି ନ ଆସିଲେ ଖାଦ୍ୟ ଅପଚୟ ମଧ୍ୟ ହୋଇଥାଏ । ଏପରି ସ୍ଥଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବାହାଘର ନିମନ୍ତ୍ରଣ ଦିଆଯାଇଥିବାରୁ ଆସିନଥିବା ଦୁଇ ଜଣ ଅତିଥିଙ୍କ ନିକଟକୁ ୧୭ ହଜାର ଟଙ୍କାର ଏକ ନୋଟିସ ପଠାଇଛନ୍ତି କନ୍ୟ । ଏହି ଖବର ଏବଂ ନୋଟିସ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ବିବାହ ଭୋଜିରେ ଅତିଥିଙ୍କ ମୁଣ୍ଡ ପିଛା ହିସାବରେ ପଇସା ଖର୍ଚ୍ଚ ହୋଇଥାଏ । ୟୁକେରେ ଏକ ବିବାହରେ ଦୁଇ ଜଣ ଅତିଥି ଅନୁପସ୍ଥିତ ରହିଥିଲେ । ଦୁଇଟି ଅତିଥି ଚେୟାର ଖାଲି ରହିଥିବା ବେଳେ ଖାଦ୍ୟ ମଧ୍ୟ ନଷ୍ଟ ହୋଇଥିଲା । ଏହାକୁ ନେଇ କନ୍ୟା ଜଣଙ୍କ ଅତିଥିଙ୍କ ନିକଟକୁ ଏକ ନୋଟିସ ପଠାଇଥଲେ । ଯେଉଁଥିରେ ତାଙ୍କୁ ୨୪୦ ୟୁରୋ ବା ଭାରତୀୟ ମୁଦ୍ରାରେ ୧୭ ହଜାର ଟଙ୍କା ଦେବା ପାଇଁ କୁହାଯାଇଥିଲା । ଏହି ଅର୍ଥରାଶି ପେମେଣ୍ଟ ମଧ୍ୟ ଅନଲାଇନରେ କରାଯାଇପାରିବ ବୋଲି ଇନଭଏସରେ ଲେଖା ଯାଇଛଇ । ରେଡିଟରେ ଏହି ଇନଭଏସ ରହିଥିବା ବେଳେ ଏହାକୁ ନେଇ ବେଶ ମଜାଦାର କମେଣ୍ଟ ସବୁ ଆସୁଛି ।

Get real time updates directly on you device, subscribe now.