fbpx
BSKY
BJD MC SKY
BJD YOUTH SKY

କାମସୁତ୍ର ବହିରେ ନିଆଁ ଲଗାଇଲେ ବଜରଙ୍ଗ ଦଳ, ହିନ୍ଦୁ ଦେବଦେବୀଙ୍କୁ ଅବମାନନା ଅଭିଯୋଗ

ଅହମଦାବାଦ୍: ଅହମଦାବାଦ୍ ର ଏକ ବହି ଦୋକାନରେ ଥିବା କାମସୁତ୍ର ବହିରେ ନିଆଁ ଲଗାଇଦେଇଛନ୍ତି ବଜରଙ୍ଗ ଦଳ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ବହିରେ ହିନ୍ଦୁ ଦେବଦେବୀଙ୍କୁ ଅଶ୍ଳୀଳ ରୂପରେ ଦେଖାଯାଇଛି । ତେଣୁ ସେମାନଙ୍କ ଅପମାନ ହେଉଛି । ଖାଲି ସେତିକି ନୁହେଁ ବଜରଙ୍ଗ ଦଳ ଉକ୍ତ ବହି ଦୋକାନୀକୁ ଧମକ ଦେଇଚନ୍ତି ଯେ, ଯଦି କାମସୁତ୍ର ବହି ବିକ୍ରି କରିବା ଜାରି ରୁହେ ତେବେ ସେମାନେ ଦୋକାନକୁ ବି ଜଳାଇଦେବେ ।

ସୂଚନାଯୋଗ୍ୟ, କାମସୁତ୍ର ବହିର ରଚନା ଆଚାର୍ଯ୍ୟ ବାତ୍ସାୟନ କରିଥିଲେ । ବାତ୍ସାୟନଙ୍କ ଦ୍ୱାରା ଲେଖାଯାଇଥିବା ଏହି ବହିର ଗୌରବ ପୂରାତନ କାଳରୁ ଭାରତରେ ରହିଆସିଛି । ଅନେକ ଦେବଦେବୀଙ୍କ ମନ୍ଦିରରେ ଏହାର ମୁର୍ତ୍ତି ଦେଖିବାକୁ ମିଳେ ।

Get real time updates directly on you device, subscribe now.