fbpx

ଚାକିରୀ ଛାଡ଼ି ମହିଳା କଲେ ଅଳିଆ ଉଠାଇବା କାମ, ୧ ମାସରେ ରୋଜଗାର କଲେ ୩ ଲକ୍ଷ

ୱାଶିଂଟନ୍: ଆମେରିକାର ଟେକ୍ସସ୍ ରେ ରହୁଥିବା ଜଣେ ମହିଳା ନିଜର ଫୁଲଟାଇମ୍ ଚାକିରୀ ଛାଡ଼ି ଅଳିଆ ଉଠାଇବା କାମ କରି ମାଲାମାଲ୍ ହୋଇଯାଇଛନ୍ତି । ଏହି ମହିଳା ଜଣକ ଏବେ ସପ୍ତାହକରେ ୧ ହଜାର୍ ଡଲାର୍ ଅର୍ଥାତ୍ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅଳିଆ ଉଠାଇବା କାମ ହାତକୁ ନେବା ପରେ ମହିଳା ଜଣକ ଏବେ ଖୁବ୍ ରୋଜଗାର କରୁଛନ୍ତି ।

ଡେଲି ମେଲ୍ ର ଏକ ରିପୋର୍ଟ ମୁତାବକ, ୩୨ ବର୍ଷୀୟା ଏହି ମହିଳା ଏବେ ନିଜର ରୋଜଗାର ମାଧ୍ୟମ ବଦଳାଇବା ପରେ ଖୁବ୍ ଖୁସିରେ ଜୀବନ ବିତାଉଛନ୍ତି । ଏହି ମହିଳାଙ୍କ ନାମ ହେଉଛି ଟିଫନୀ । ସେ ଟେକ୍ସସ୍ ର ଡଲାସ୍ ସହରରେ ରହୁଛନ୍ତି । ୨୦୧୬ରେ ସେ ପ୍ରଥମେ ଅଳିଆ ଉଠାଇବା କାମ କରିବା ଆରମ୍ଭ କରିଥିଲେ । ଏହି କାମ ମହିଳା ଜଣକ ନିଜର ଫୁଲ୍ ଟାଇମ୍ କାମ ରୁ ବଞ୍ଚୁଥିବା ସମୟରେ କରୁଥିଲେ ।

ମହିଳା ଜଣକ ଯେବେ ପ୍ରଥମେ ଏହି କାମ ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ଅଳିଆ ଭିତରେ ୧୨୦୦ ଡଲାର୍ ଅର୍ଥାତ୍ ୮୮ ହଜାର ୧୪୬ ଟଙ୍କାର ମେକଅପ୍ ତଥା ସ୍କିନ୍ କେୟାର୍ ପ୍ରଡକ୍ଟସ୍ ମିଳିଥିଲା । ସେ ତାକୁ ବିକ୍ରି କରିଥିଲେ । ସେଥିରୁ ତାଙ୍କୁ କିଛି ଟଙ୍କା ମିଳିଥିଲା । ଏହାପରେ ଟିଫନୀଙ୍କ ସ୍ୱାମୀ ଏହି କଥାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ନିଜ ପତ୍ନୀ ସହିତ ଏହି କାମରେ କରିବାକୁ ଇଚ୍ଛା କରିଥିଲେ ।

ପାଖାପାଖି ୫ ବର୍ଷରେ ଟିଫନୀ ନିଜ ଫୁଲଟାଇମ୍ କାମ ଛାଡ଼ିଦେଇ ଏହି କାମରେ ମନୋନିବେଶ କଲେ । କାରଣ ନିଜ ଚାକିରୀରୁ ଅଧିକ ଅଳିଆ ଏକାଠି କରିବା କାମରେ ଅଧିକ ରୋଜଗାର ହେଉଥିଲା । ସେ ଡମ୍ପଷ୍ଟର୍ ରେ ଦାମୀ ଜିନିଷ ସବୁକୁ ଖୋଜୁଥିଲେ ଓ ତାକୁ ବିକ୍ରି କରି ରୋଜଗାର କରୁଥିଲେ । ଟିଫନୀ ଏହି କାମ କରିବାପରେ ତାଙ୍କ ପରିବାରର ଆର୍ଥିକ ସଙ୍କଟ ଦୂର ହୋଇଯାଇଥିଲା । ସେ ନିଜର ୪ଟି ପିଲାଙ୍କ ଲାଳନ ପାଳନ ଠିକ୍ ଭାବେ କରିବାକୁ ଲାଗିଲେ ।

Get real time updates directly on you device, subscribe now.