fbpx

୨୭ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଙ୍ଗଠନ

ଲକ୍ଷ୍ନୌ: ଚଳିତ ମାସ ୨୭ ତାରିଖରେ ଭାରତ ବନ୍ଦ ପାଳନ ପାଇଁ ଚାଷୀ ସଙ୍ଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଦିନ ସାରା ଦେଶରେ ଟ୍ରେନ୍‌ ଏବଂ ବସ୍‌ ଯାତ୍ରା ବନ୍ଦ ରହିବ ବୋଲି ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାୟତ, ନରେଶ ଟିକାୟତ, ୟୁନାଇଟେଡ କିଷାନ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ବହୁ ନେତା ଏକାଠି ହୋଇ କହିଛନ୍ତି । ରବିବାର ଉତ୍ତରପ୍ରଦେଶର ମୁଜାଫରନଗରରେ ବିଭିନ୍ନ ଚାଷୀ ସଙ୍ଗଠନର ନେତା ଏକତ୍ର ହୋଇ ଏହି ବିଷୟ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନରେ ବିଜେପି ବିରୋଧରେ ଏହି ସଂଗଠନ ରାଲି କରିବ ବୋଲି ସେମାନେ ସୂଚନା ଦେଇଛନ୍ତି । କୃଷି ଆଇନ ତଥା ସେମାନଙ୍କର ସମସ୍ତ ଦାବି ପୂରଣ କରିବାକୁ ସେମାନେ ଦାବି ରଖିଛନ୍ତି ।

Get real time updates directly on you device, subscribe now.