fbpx

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଆରୋହୀ ଗୁରୁତର

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌) : ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆବାହାଳ ୫୫ନଂ ଜାତୀୟ ରାଜପଥ ଉପରେ ଗୋଟିଏ ବାଇକ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଚାଳକ ଗୁରୁତର ଆହତ ଖବର ଜଣାପଡିଛି । ପ୍ରକାଶ ଯେ, ନିମିଧା ବାଲିସାହିର କହ୍ନେଇ ନାୟକ (୩୮) ଏକ ହିରୋହୁଣ୍ଡା ସ୍ପେ୍ଲଣ୍ଡର ଗାଡିରେ ଢେଙ୍କାନାଳ ଆଡକୁ ଆସୁଥିବାବେଳେ ହଳଦିଆବାହାଳ ଠାରେ ବି ରିତ ଦିଗରୁ ଆସୁଥିବା ଓ.ଏସ୍‌.ଆର୍‌.ଟି.ସି. ବସ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ୍‌ଟି ସଂପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଥିବା ବେଳେ ଚାଳକ ଗୁରୁତର ଭାବେ ଆହତ ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହେବାର ଖବର ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍‌ ପହଁଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ଟିକୁ ଜବତ କରିବା ସହ ଏ ସଂପର୍କରେ ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.