fbpx

୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବାରେ ପ୍ରଥମ ଦେଶ, WHO ପକ୍ଷରୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନଙ୍କୁ ଅଧିକ ବିପଦ ଥିବା ନେଇ ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ତେଣୁ ୨ ବର୍ଷରୁ ଅଧିକ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ପାଇଁ ବିଭିନ୍ନ ଦେଶର ଫାର୍ମା କମ୍ପାନୀ ମାନେ ଅନୁସନ୍ଧାନ ଚଳାଇଛନ୍ତି । ତେବେ ଇତି ମଧ୍ୟରେ କ୍ୟୁବା ଦୁନିଆର ପ୍ରଥମ ଦେଶ ପାଲଟିଛି । ଏଠାରେ ୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟ କରିବା ପରି କଥା ହେଉଛି ଏହି କମ୍ୟୁନିଷ୍ଟ୍ ଦେଶରେ ପିଲାମାନଙ୍କ ଟିକାକରଣ ପାଇଁ ଉଦ୍ଦିଷ୍ଟ ଭାକସିନ୍ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ବି ମିଳିସାରିଛି । ଏହି ଟିକା କ୍ୟୁବାରେ ହିଁ ପ୍ରସ୍ତୁତି ହୋଇଛି । ପ୍ରାୟ ୧.୧୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ସ୍କୁଲ ଖୋଲିବା ପୂର୍ବରୁ ପିଲାମାନଙ୍କ ଟିକା ଦେବା ପାଇଁ ସରକାର ଚିନ୍ତା କରିଛନ୍ତି । ତେଣୁ ଟିକା ଦେବା ଅଭିଯାନ ଏବେ ଠାରୁ ଆରମ୍ଭ କରାଯାଇଛି ।

କ୍ୟୁବାରେ ଯେଉଁ ଦୁଇଟି ଟିକାକୁ ମଞ୍ଜୁରୀ ମିଳିଛି ସେ ଦୁଇଟି ହେଉଛି ଅବ୍ଦୋଲା ଏବଂ ସୋବେରାନା । ସୂଚନା ଯେ, ଏଠାରେ ଟିକାକରଣ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏଠାରେ ପ୍ରଥମେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକାକରଣ କରାଯିବା ଆରମ୍ଭ କରାଯାଇଛି । ଏହାପରେ ସୋମବାର ଠାରୁ ୨ରୁ ୧୧ ବର୍ଷର ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛିା

Get real time updates directly on you device, subscribe now.