fbpx

ସୁନାପୁଅ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କଲା ଟାଟା AIA

ନୂଆଦିଲ୍ଲୀ: ଅଲିମ୍ପିକରେ ଗୋଲ୍ଡ ଜିତିଥିବା ଆଥେଲଟ୍ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି ଟାଟା AIA ଜୀବନ ବୀମା । ନୀରଜ ଚୋପ୍ରା ସହିତ ଏକ ମଲ୍ଟୀ ଇୟର ବ୍ରାଣ୍ଡ ପାର୍ଟନରସିପରେ ସ୍ୱାକ୍ଷର କରାଇଥିବା ଟାଟା ଏଆଇଏ ଘୋଷଣା କରିଛି ।

ସୂଚନା ଅନୁସାରେ, ଟାଟା ଏଆଇଏ କହିଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ସାରା ଦେଶରେ ଗ୍ରାହକଙ୍କୁ ଉତ୍ତମ ଲାଇଫ୍ ପ୍ରୋଟେକ୍ସନ ଓ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସମାଧାନ ଯୋଗାଇବା ପାଇଁ ନୀରଜ ଟାଟା ଏଆଇଏର ପ୍ରୟାସକୁ ସମର୍ଥନ କରିବେ । କମ୍ପାନୀ କହିଛି ଯେ କୋଭିଡ ମହାମାରୀ ଜୀବନ ଓ ସ୍ୱାସ୍ଥ୍ୟ ବୀମା ଆବଶ୍ୟକତାକୁ ପୂର୍ବ ଅପେକ୍ଷା ଅଧିକ ଜରୁରୀ ସାବ୍ୟସ୍ତ କରିଦେଇଛି । ଏବେ ଭାରତରେ ପ୍ରିମିୟମ ଟୁ ଜିଡିପି ଅନୁପାତ ପ୍ରିମିୟମ ୩.୫ ପ୍ରତିଶତରୁ କମ୍, ତେଣୁ ଦେଶରେ ବୀମା ବ୍ୟବସାୟକୁ ତ୍ୱରାନ୍ୱିତ କରିବାର ସ୍ପଷ୍ଟ ଆବଶ୍ୟକତା ରହିଛି ।

ଅନ୍ୟପଟେ ନୀରଜ ଚୋପ୍ରା କହିଛନ୍ତି ଯେ, ‘ଟାଟା ଏଆଇଏ ପରିବାରରେ ଯୋଗଦେବା ମୋ ପାଇଁ ଏକ ଯୁକ୍ତିଯୁକ୍ତ ପଦକ୍ଷେପ । ମୋର ଦୃଢ଼ ଭାବରେ ବିଶ୍ୱାସ ରଖିଛି ଯେ ଭାରତୀୟମାନଙ୍କୁ ବିଶେଷକରି ଯୁବକମାନଙ୍କୁ ଜୀବନ ବୀମାର ଆବଶ୍ୟକତା ବିଷୟରେ ଶିକ୍ଷା ଦେବା ଏବଂ ସେମାନଙ୍କୁ ଆର୍ଥିକ ଲକ୍ଷ୍ୟ ଯୋଜନା କରିବାରେ ସାହାଯ୍ୟ କରିବା ଆବଶ୍ୟକ । ଏହା ବ୍ୟତୀତ ମହାମାରୀ ଏକ ଧାରଣା ଦେଇଛି ଯେ ଆମର ଦୈନନ୍ଦିନ ଜୀବନରେ ଶାରୀରିକ ଏବଂ ଭାବନାତ୍ମକ ସୁସ୍ଥତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।

Get real time updates directly on you device, subscribe now.