fbpx

ପାଣିଘେରରେ ଦଳିତ ପରିବାର: ପାଣି ନିଷ୍କାସନ ନ କରିବାକୁ ଫାଣ୍ଡି ଅଧିକାରୀଙ୍କ ନିର୍ଦ୍ଦେଷ ! ଅଧାପାଣି ନିଷ୍କାସନ କରି ଫେରିଗଲା ଅଗ୍ନିଶମ ଟିମ୍

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ହଜିଗଲା ମାନବିକତା ପାଣିରେ ରହି ଉଦ୍ଧାର ପାଇଲେନି ଦଳିତ ପରିବାର, ରାଜନୈତିକ ଚାପରେ ପୋଲିସ୍‌ ବନ୍ଦ କଲା ପାଣି ନିଷ୍କାସନ । ଯାହାକୁ ନେଇ ଏକ ଦଳିତ ପରିବାର ପ୍ରତି ପ୍ରଶାସନ ନିର୍ଯାତନା ଦେଇଥିବା ପରି ଘଟଣା ଘଟିଛି ସରକାରୀ ପ୍ଲଟ ଜବରଦଖଲ ଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇ ସେମାନଙ୍କ ଘରୁ ପାଣି ନିଷ୍କାସନ କରାଯାଉଥିବା ବେଳେ ଏକ ଦଳିତ ପରିବାର ପ୍ରତି ପ୍ରଶାସନର ଏପରି ହୀନ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯିବା ସହ ପାଣି ନିଷ୍କାସନକୁ ଅଟକାଇଥିବା ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ପାଇଁ ଦାବି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ବ୍ରହ୍ମକୁଣ୍ଡି ମୁଦୁଲିସାହି ଠାରେ ଜଗନ୍ନାଥ ମହାପ୍ରଭୂ ବିଜେ ପୁରୀ ମାର୍ଫତ ସପନ କୁମାର ଗୋସ୍ୱାମୀ , ଦେବୀମଣ୍ଡପସାହିଙ୍କର ଜାଗା ରହିଅଛି । ଏହି ଜାଗାକୁ କେତେକ ବ୍ୟକ୍ତି ଜବରଦଖଲ ଉଦ୍ୟମ କରୁଥିବା ବେଳେ ସପନ ଗୋସ୍ୱାମୀ ସେଠାରେ ଘର ନିର୍ମାଣ କରି ଜାଗା ରକ୍ଷଣା ବେକ୍ଷଣ ପାଇଁ ଏକ ଦଳିତ ପରିବାରକୁ ଯୋଗାଇଥିଲେ । ଦଳିତ ପରିବାର ସ୍ୱାମୀ ସ୍ତ୍ରୀ ଦୁଇ ଶିଶୁ ପୁତ୍ରଙ୍କ ସହ ରହୁଥିବା ବେଳେ ଲଘୁଚାପ ଲଗାଣ ବର୍ଷାରେ ୫ ଫୁଟରୁ ଉଦ୍ଧ୍ୱର୍ ପାଣି ଜମି ରହିବାରୁ ନିମାପଡା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଜଳ ନିଷ୍କାସନ କରିବାକୁ ଉଦ୍ୟମ କରିଥିଲେ । କେତେକ ବ୍ୟକ୍ତି ପ୍ରତିବାଦ କରିବାରୁ ଚାରିଛକ ଫାଣ୍ଡି ଅଧିକାରୀ ପାଣି ସଫା କରିବା ପାଇଁ ଅଗ୍ନିଶମ ବାହିନୀକୁ କହିବା ପରେ ପାଣି ନିଷ୍କାସନ ହୋଇଥିଲା । ଅଧାପାଣି ନିଷ୍କାସନ ହେବା ପରେ ଫାଣ୍ଡି ଅଧିକାରୀ ପୁର୍ନବାର ପହଞ୍ଚି ଏଠାରୁ ପାଣି ଶୁଖାଅନି ବିବାଦୀୟ ଜାଗା ବୋଲି କହିଥିଲେ । ଅଗ୍ନିଶମ ବାହିନୀ ସେଠାରୁ ଫେରିଆସିଥିଲେ । ଫାଣ୍ଡି ଅଧିକାରୀଙ୍କ ପାଖରେ କେଉଁ ରେକର୍ଡ ଆଧାରରେ ବିବାଦୀୟ ଜାଗା ବୋଲି ମନ୍ତ୍ରବ୍ୟ ଦେଇଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜଗନ୍ନାଥ ମହାପ୍ରଭୁଙ୍କ ଜାଗା ଉପରେ କଟକଣା ଜାରିଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ଏପରି ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ଅସନ୍ତୋଷ ବଢୁଥିଲେ ମଧ୍ୟ ଦଳିତ ପରିବାର ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ରହୁଛନ୍ତି ।

Get real time updates directly on you device, subscribe now.