fbpx

ମରିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ସ୍ୱପ୍ନରେ ମହିଳାଙ୍କ ସହ ସମ୍ବନ୍ଧ…

ମୃତ୍ୟୁର ନାଁ ଶୁଣିଲେ ସମସ୍ତେ ଭୟ କରନ୍ତି, କିନ୍ତୁ ଏହା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି । ମରିବା ସମୟରେ କିପରି ଅନୁଭବ ହୋଇଥାଏ, ଏହାକୁ ନେଇ ଅନେକ ସନ୍ଧାନ ଓ ଅଧ୍ୟୟନ ବି ଚାଲିଛି । ମୃତ୍ୟୁ ପରେ ଆତ୍ମାର ଯାତ୍ରା ଓ ମରିବା ପୂର୍ବରୁ ମିଳିଥିବା ସଙ୍କେତ ବିଷୟରେ ଧର୍ମ ଓ ପୁରାଣରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି । ମୃତ୍ୟୁ ପୂର୍ବରୁ ମିଳିଥିବା ସଙ୍କେତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱପ୍ନ ଶାସ୍ତ୍ରରେ ବି ସ୍ୱପ୍ନ ବିଷୟରେ କୁହାଯାଇଛି, ଯାହାକି ମୃତ୍ୟୁର ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ଏପରି କିଛି ସ୍ୱପ୍ନ ଓ ସଙ୍କେତ ବିଷୟରେ ଜାଣିବା, ଯାହା ମୃତ୍ୟୁର ନିକଟତର ବୋଲି ସୂଚାଇଥାଏ…

– ଏପରି ଏକ ସ୍ୱପ୍ନ ଆସିବ, ଯେଉଁଥିରେ ଦିନ ସମୟରେ ବି ଆକାଶରେ ତାରା ଦେଖାଯିବ । ଅଥବା ଇନ୍ଦ୍ରଧନୁ ନଜର ଆସିଲେ ସେହି ବ୍ୟକ୍ତି ମୃତ୍ୟୁର ନିକଟ ହୋଇପାରେ ।

– ସ୍ୱପ୍ନରେ ନିଜକୁ ଏକ ଗାତ ଓ ଖାଲରେ ଦେଖିବେ, ଯେଉଁଠାରୁ ଆପଣ ଯେତେ ଚେଷ୍ଟା କଲେ ବି ବାହାରିପାରୁନଥିବେ । ଏହା ମଧ୍ୟ ମୃତ୍ୟୁ ପୂର୍ବର ସଙ୍କେତ ହୋଇପାରେ ।

– ଯଦି ସ୍ୱପ୍ନରେ ଲେମ୍ବୁ, କାକୁଡି ଓ ତରଭୁଜ ଖାଉଥିବା ଦେଖୁଛ, ତେବେ ଏହା ମୃତ୍ୟୁର ସଙ୍କେତ । ଯଦିଓ ମୃତ୍ୟୁ ନହୁଏ, ତେବେ ବ୍ୟକ୍ତିଙ୍କୁ ମୃତ୍ୟୁ ପରି ଯନ୍ତ୍ରଣା ଭୋଗିବାକୁ ପଡିପାରେ ।

– ଯେଉଁମାନଙ୍କୁ ପାଣି କିମ୍ବା ତେଲରେ ନିଜର ଛାଇ ଦେଖାନଗଲେ, ସେମାନଙ୍କର ମୃତ୍ୟୁ ମଧ୍ୟ ନିକଟତର ।

– ସ୍ୱପ୍ନରେ ନିଜକୁ ମନ୍ଦିର, ଖଟ ବା ଘୋଡ଼ାରୁ ପଡୁଥିବାରୁ ଦେଖନ୍ତି, ତେବେ ମୃତ୍ୟୁ ନିକଟତର ହୋଇଛି । ଏପରି ସ୍ୱପ୍ନ ଦେଖିଲେ ଲୋକମାନେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ । କାରଣ ରାଶିରେ ଗ୍ରହ-ଦଶା ଖରାପ ହେଲେ ମଧ୍ୟ ଏହିପରି ସ୍ୱପ୍ନ ବାରମ୍ବାର ଆସିଥାଏ ।

– ସ୍ୱପ୍ନରେ ମୁଣ୍ଡ ଉପରେ ଶାଗୁଣା ବୁଲୁଥିବାର ଦେଖିବା ମଧ୍ୟ ଅଶୁଭ ।

– ସ୍ୱପ୍ନରେ ସିନ୍ଦୁର ଲଗେଇ ସଜ୍ଜିତ ମହିଳାଙ୍କୁ ନାଲି ପୋଷାକରେ ଦେଖିଲେ ବା ବ୍ୟକ୍ତି ନିଜକୁ ତାଙ୍କ ସହ ସମ୍ପର୍କ ରଖୁଥିବାର ଦେଖିଲେ, ଖୁବଶୀଘ୍ର ମୃତ୍ୟୁ ହୋଇଥାଏ ।

Get real time updates directly on you device, subscribe now.